ଧାନ କିଣା ଅନିୟମିତା ହେଉଥିବା ନେଇ ଦାବିପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା):ଚାଷୀଙ୍କ ସୁବିଧା ଅନୁଯାୟୀ ପ୍ରତି ରାଜସ୍ୱ ଗ୍ରାମରେ ମଣ୍ଡି ଖୋଲାଯାଇ ସରକାରୀ ଦରରେ ଧାନ କିଣିବା, ସରକାରଙ୍କ ତରଫରୁ ଚାଷୀଙ୍କୁ ଅଖା ଦେବା ନୀୟମ ଥିଲେ ସୁଦ୍ଧା ଚାଷୀଙ୍କୁ ମିଲର୍ ମାନେ ଅଖା ଦେଉନାହାନ୍ତି । ଏଣୁ ଚାଷୀଙ୍କୁ ଅଖା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଉ, ପୋଡ଼ାପଦର ପଂଚାୟତର ଚାଷୀଙ୍କ ଠାରୁ ଦୀର୍ଘ ତିନି ବର୍ଷ ଧରି ସୋସାଇଟି ସମ୍ପାଦକଙ୍କ ନିର୍ଦ୍ଦେଶରେ ଚାଷୀମାନେ ନିଜ ଅଖାରେ ଧାନ ନେଇ ଗାଡ଼ି ଭଡ଼ା ଓ ଲେବର ଖର୍ଚ୍ଚ ଦେଇ ମିଲ୍ ରେ ଧାନ ଦେଇଛନ୍ତି । ଏଣୁ ତାଙ୍କର ଅଖା ଟଙ୍କା ଓ ଗାଡ଼ି ଭଡ଼ା ଏବଂ ଲେବର ଖର୍ଚ୍ଚ ତରନ୍ତ ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଉ । ଚଳିତ ବର୍ଷ ସେହି ଚାଷୀଙ୍କ ଧାନ ତାଙ୍କ ଗ୍ରାମରେ ପିପିସି କରି କିଣାଯାଉ । ଧାନ କିଣା ଠିକ୍ ସମୟରେ ସାରିବା ନିମନ୍ତେ ଦୈନିକ ଅନ୍ୟୁନ ୫୦୦ କ୍ୱୁଇଂଟାଲ୍ ଧାନ କିଣିବା ବ୍ୟବସ୍ଥା କରାଯାଉ (ଗାଇଡ୍ ଲାଇନ୍ ଅନୁଯାୟୀ ବଡ଼ ମିଲର ମାନଙ୍କୁ ଟେକ୍ କରାଯାଇ ପ୍ରତିଦିନ ଧାନ କିଣାଯାଉ, ଧାନ କିଣା ସମସ୍ୟା ସଂପର୍କରେ ଅଭିଯୋଗ କରିବା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଉ, ଧାନ କିଣା କେନ୍ଦ୍ରରେ ମଧ୍ୟ କ୍ୱୁଇଂଟାଲ୍ ପିଛା ଅଧିକ ଧାନ ନେଇ ଚାଷୀଙ୍କୁ ଠକୁ ଥିବା ବେଳେ ଏହାର ତଦନ୍ତ କରି ମିଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଆଦି ଦାବି ନେଇ ଋଷିକୁଲ୍ୟା ରୟତ ମହାସଭାର ଛତ୍ରପୁର ବ୍ଲକ୍ ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବ୍ଲକ୍ ସଭାପତି ତଥା ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ପରିଡ଼ା, ଯୁବନେତା ସପନ ନାହାକ, ବିପୁଳିଙ୍ଗି ସମିତି ସଭ୍ୟ ଜୟଦେବ ଲେଙ୍କା, ମାଣିକ ମହାରଣା, ବିଜୟ ପରିଡା, ପ୍ରଭାତ କୁମାର ପାଣିଗ୍ରାହୀ , ନାରାୟଣ ପାଢି ଓ ବିପିନ ନାହାକଙ୍କ ସମେତ ବ୍ଲକ୍ ର ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ