ଧାନ କିଣା ପ୍ରକ୍ରିୟାକରଣ ପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଖରିଫ ଋତୁ ୨୦୨୪-୨୫ରେ ଧାନ କିଣା ପ୍ରକ୍ରିୟାକରଣ ପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଛତ୍ରପୁର ସ୍ଥିତ ଜିଲାପାଳ ୱସାନ ହଲରେ ଭିସି ଜରିଆରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଧାନ କୁଇଟାଂଲ ପିଛା ୩୧ଶହ ରହିବ । ଯାହାକି ଚଳିତ ବର୍ଷ ଚାଷୀ ଅଧିକ ଉତ୍ସାହିତ ରହିଛନ୍ତି । ଚାଷୀଙ୍କ ଠାରୁ ଧାନ କିଣା ପ୍ରକ୍ରିୟା ବେଳେ ଯେପରି କୈାଣସି ସମସ୍ୟା ଉପଯିବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ଚାଷୀକୁ ଭଲ ଧାନ ଆଣିବାକୁ ପଡିବ । ଏଫଏକ୍ୟୁ ଧାନ ହିଁ ଚାଷୀ ମଣ୍ଡିକୁ ଆଣିବାକୁ ପଡିବ । ଏନେଇ ଚାଷିଙ୍କୁ ବ୍ୟାପକ ସଚେତନତା କରିବାକୁ ଯୋଗାଣ ବିଭାଗକୁ କୁହାଯାଇଛି । ଜିଲାରେ ୧୧୭ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୩୬୫ ସମବାୟ ସମିତି ଓ ଗୋଟିଏ ପାଣିପଚାଂୟତ ସମୁଦାୟ ୪୮୩ଟି ମଣ୍ଡି ରହିଛି । । ତେଣୁ ଧାନ କିଣା ପ୍ରକ୍ରିୟା ହେବା ପୂର୍ବରୁ ସମସ୍ତ ମଣ୍ଡିରେ ଯେପରି ଆନୁସାଙ୍ଗିବ ବ୍ୟବସ୍ଥା ଓ ଭିତ୍ତିଭୂମି ଠିକଥିବ । ସେଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ବୈଠକରେ କହିଥିଲେ । ଧାନ କିଣାରେ କଟ୍ନି ଛଟ୍ନି ବନ୍ଦ ରହିବ ତେଣୁ ୪୮୩ ମଣ୍ଡିରେ ଜଣେ ଲେଖାଏଁ ମଣ୍ଡିନୋଡାଲ ଅଫିସର ରହିବେ । ଏବଂ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ବୋଲି ବୈଠକରେ କୁହାଯାଇଥିଲା । ଏହାସହ ପ୍ରତି ୪ ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପର ଭାଇଜର ରହିବେ । ଏହାସହ ପ୍ରତି ବ୍ଲକରେ ତହସିଲଦାର ମାନେ ବ୍ଲକସ୍ତରୀୟ ନୋଡାଲ ଅଫିସର ରହିବେ, ସେ ତଦାରଖ କରିବା ସହ ଯେପରି ସୁରୁଖୁରୁରେ ଧାନ କିଣା ପ୍ରକ୍ରିୟା ହୋଇପାରିବ । ମଣ୍ଡି ନୋଡାଲ ଅଫିସର ଓ ସୁପରଭାଇଜର ମାନଙ୍କୁ ଧାନ କିଣା ସଂପର୍କରେ ତାଲିମ ଦିଆଯିବ । ୩୬୩ ମିଲର ଆବେଦନ ପତ୍ର ନେଇଥିବା ଜଣାପଡିଛି । ଆସନ୍ତା ୧୬ରେ ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ସୂଚନା ଦେଇଛନ୍ତି । ଧାନ କିଣା ସମୁୟରେ ଜିଲା ମୁଖ୍ୟ ଯୋଗାଣ କାର୍ଯ୍ୟାଳୟରେ ଗୋଟିଏ କଂଟ୍ରୋଲ ରୁମ ଖୋଲାଯିବ । ଏସଓପି ଅନୁସାରେ କାମ କରିବାକୁ ଜିଲାପାଳଙ୍କୁ କହିଥିଲେ । ଚଳିତ ଧାନ କିଣା ଯେପରି ସ୍ୱଛ ରହିବ । ଗଞ୍ଜାମ ଜିଲାରେ ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି । ୨୦୨୩-୨୪ରେ ୧ ଲକ୍ଷ ୪୬ ହଜାର ୫୪୧ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ଲକ୍ଷ ୩୯ହଜାର ୩୮୦ ଜଣ ଚାଷୀ ସରକାରୀ ଦରରେ ଧାନ ବିକ୍ରି କରିବା ପାଇଁ ଯୋଗ୍ୟ ହୋଇଥିବା ବେଳେ ୧ଲକ୍ଷ ୨୦ ହଜାର ୮୧୮ ଜଣ ଚାଷୀଙ୍କ ଠାରୁ ୪୪ ଲକ୍ଷ ୪୮ ହଜାର୬୨୪.୬୭ କୁଇଟାଂଲ ଧାନ ସଂଗ୍ରହ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି, ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଭାରପ୍ରାପ୍ତ ଡିଆସଏସ ଯୋଗମୟା ସାବତ, ଡିପିସି ଜୟକୃଷ୍ଣ ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।