ଧାନ କିଣିବା ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :ଧାନ ଅମଳ କରିବାର ତିନି ମାସ ବିତିଯାଇଥିଲେ ସୁଦ୍ଧା ଧାନ ନ କିଣାଯାଇଥିବାରୁ ଗୁରୁବାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୈରାଶି ପଂଚାୟତ ଓ ଭିକାପଡା ପଂଚାୟତର ବହୁ ଚାଷି ଗଞ୍ଜାମ ଜିଲ୍ଲା ମୁଖ୍ୟଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନେ ଓ ସେମାନଙ୍କ ପଂଚାୟତର ବହୁ ଚାଷୀ ମାନେ ସୋସାଇଟି ରେ ନାମ ପଞ୍ଜୀକରଣ କରିଥିଲେ । ଧାନ ବିକ୍ରି କରିବା ପାଇଁ ଟୋକେନ ମଧ୍ୟ ଆସିଥିଲା । ହେଲେ. ମିଲର ଆସୁନଥିବା ଓ ଟାର୍ଗେଟ ନଥିବା ଆଳ ଦେଖାଇ ସେମାନଙ୍କ ଧାନକୁ କିଣାଯାଇନଥିଲା । ପରେ ଏନେଇ କହ୍ନେଇପୁର ଛକ ଠାରେ ଚାଷୀ ମାନଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିଲା । ସେହି ସମୟରେ ସମବାୟ ଅଧିକାରୀ ଓ ତହସିଲଦାର ପହଂଚି ସେମାନଙ୍କ ପାଖରେ ଗଚ୍ଛିତ ଥିବା ଧାନକୁ ତୁରନ୍ତ କିଣିବା ନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏଯାବତ୍ ସେମାନଙ୍କ ଧାନ କିଣାଯାଇନାହିଁ । ଏଣୁ ସେମାନଙ୍କ ଧାନକୁ ତୁରନ୍ତ କିଣିବା ପାଇଁ ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ମନୋଜ କୁମାର ପଣ୍ଡା, ଜଗନ୍ନାଥ ସାହୁ, ଉଷାରାଣୀ ରାଉତ, ସୁଜ୍ଞାନୀ କୁମାରୀ ପଣ୍ଡା, ସର୍ବେଶ୍ୱର ମହାପାତ୍ର, ରାଜକିଶୋର ଚୈାଧୂରୀ, ବିଭୂତି ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ନାରାୟଣ ପ୍ରଧାନ, ଚିତ୍ରସେନ ପ୍ରଧାନ, ମମତା ଜନେବାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ