ଧାନ ଗଛରେ କାଣ୍ଡବିନ୍ଧା ପୋକ; ଚିନ୍ତାରେ ଚାଷୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ କୋଭିଡ ନିମନ୍ତେ ଦୀର୍ଘଦିନ ଧରି ସଟଡାଉନ ଓ ଲକଡାଉନରେ ଦୋକାନ ବଜାର ସବୁ ବନ୍ଦ ରହିଥିଲା। ଯାହାଫଳରେ ଏହି ଲକଡାଉନ ଓ ସଟଡାଉନରେ ସବୁସ୍ତରରେ ଲୋକେ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଲକଡାଉନ ଓ ସଟଡାଉନର ପ୍ରଭାବ  ଚାଷୀକୁଳରେ ବେଶ ପ୍ରଭାବ ପକାଇଥିଲା। କିନ୍ତୁ ଚାଷୀମାନେ ଧାନ ଚାଷ କରିଛନ୍ତି ଓ କରିଥିବା ଧାନ ଛାଷ ଭଲ ହୋଇଛି ଭାବି ସେମାନେ ଖୁସିରେ ଥିଲେ। କିନ୍ତୁ ବର୍ତମାନ ଧାନ ଚାଷରେ ପୋକ ଧରିଥିବା ଯୋଗୁଁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। ଏହି ପୋକକୁ ଚାଷୀମାନେ କେଣ୍ଡା ପୋକ ବୋଲି କହୁଛନ୍ତି ଓ ଧାନଗଛକୁ ବାଦାମି ରୋଗ ହୋଇଛି ବୋଲି କିଛି ଚାଷୀ କହୁଛନ୍ତି। ଏହି ପୋକ ଧାନ ଗଛର ପତ୍ରରେ ଲାଗିବା ଫଳରେ ପତ୍ର ଗୁଡାକୁ ରଙ୍ଗବର୍ଣ୍ଣ ହୋଇ ଜଳିଯାଉଛି। ବର୍ତମାନ ସମୟରେ ଧାନ ଗଛରେ ଧାନ କେଣ୍ଡା ବାନ୍ଧିବା ସମୟ।  ଧାନକେଣ୍ଡା ବାନ୍ଧିବା ସମୟରେ ଏହିଭଳି କାଣ୍ଡବିନ୍ଧା ପୋକ ଲାଗିଛି। ଏହି ପୋକ ଲାଗିବା  ଦ୍ୱାରା ଧାନ ଗଛର ପତ୍ର ଜଳିବା ସହ ହୋଇଥବା ଧାନକେଣ୍ଡାରେ ମଧ୍ୟ ପୋକ ଲାଗି ନଷ୍ଟ ହୋଇଯାଉଛି।ଏହି ପୋକ ଯଦି ଅଧିକ ଧାନଗଛରେ ହୁଏ ତେବେ ସବୁ ଧାନଗଛ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ଧାନଗଛରେ  ପୋକ ଲାଗିବାର ଦୁଇରୁ ତିନିଦିନ ହୋଇଗଲାଣି କିନ୍ତୁ କୃଷି ବିଭାଗ ତରଫରୁ କେହିବି ଚାଷୀମାନଙ୍କ ପାଖକୁ ଯାଇ ଏହାର କିଛି ବିକଳ୍ପ ବ୍ୟବସ୍ଥା କଥା ବୁଝି ନାହାନ୍ତି। ଏହିଭଳି ସମୟରେ କୃଷି ବିଭାଗ ତାଙ୍କ ନିଜଆଡୁ ଦ୍ୱାୟିତ୍ୱ ନେବାକଥା ଓ ପ୍ରତ୍ୟେକ ଅଂଚଳକୁ ଯାଇ ସର୍ଭେ କରି ପଚାରି ବୁଝିବା କଥା କିନ୍ତୁ ତାହା ବର୍ତମାନ ସୁଧା କୌଣସି  କର୍ମଚାରୀ ଆସିନାହାନ୍ତି  ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଚାଷୀ ମାନେ ପୋକ ପାଇଁ ଚିନ୍ତାରେ ପଡ଼ିଥିବା ବେଳେ ଅନ୍ୟପଟେ  ଏବେ ବିଭିନ୍ନ ଅଞ୍ଚଳରେ ଚଢା ଦରରେ ସାର ବିକ୍ରି ମଧ୍ୟ ଚିନ୍ତାର କାରଣ ହୋଇଛି ବୋଲି ଲଣ୍ଡାଗାଁ ଓ ଖମନଖୋଲ ଆଦି ପଂଚାୟତର ଚାଷୀମାନେ ଏଠାରେ ଅଭିଯୋଗ କରିଛନ୍ତି। ସାର ଓ କୀଟନାଶକ ଅଭାବରୁ ଚାଷିମାନେ ସାର ବାଧ୍ୟ ହୋଇ ଉଚ୍ଚଦରରେ ବଜାରରୁ କିଣୁଛନ୍ତି। ବର୍ତ୍ତମାନ ଗୋଟିଏ ବେଗ ପିଛା ୫୦୦ ଟଙ୍କାରେ କ୍ରୟ କରୁଥିବା ବେଳେ ଯାହାର ପ୍ରକୃତ ମୁଲ୍ୟ ୨୩୦ଟଙ୍କା। ଗୋଟିଏ ପଟେ ଧାନ ଗଛରେ ପୋକ ଲାଗି ଗଛ ନଷ୍ଟ ହେଉଥିବା ବେଳେ ଅପରପଟେ ଚାଷୀମାନଙ୍କ ପାଖରେ ସାର ପହଁଚିପାରୁନି ଯାହାକି ଚାଷୀମାନେ ବାଧ୍ୟ ହୋଇ ଉଚ୍ଚା ଦରରେ ବାହାରୁ ସାର କିଣୁଛନ୍ତି ଯାହାକି ଚାଷିମାନଙ୍କ ମୁଣ୍ଡରେ ଚଡକ ପଡି ଚିନ୍ତାରେ ରହୁଛନ୍ତି କଣ କରିବେ ବୋଲି। କିଛି ଚାଷୀ ଧାରକରଜ ହୋଇ ଧାନଚାଷ କରିଛନ୍ତି। ଯଦି ଏହିଭଳି ପରିସ୍ଥିତି ହୁଏ ତେବେ ଚାଷୀମାନେ ଯେ କଣ କିଛି ନକରିବସିବେ ତାହା କୁ ଏଡେଇ ଦେଇ ହେବନି। କୃଷି ବିଭାଗ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନ ଯୋଜନାରେ କୃଷି ବିଭାଗ ବିଭିନ୍ନ ଅଂଚଳରେ ସଚେତନତା କରାଉଛି କିନ୍ତୁ ଧାନଗଛରେ ପୋକ ଲାଗିବା ସମୟରେ କେମିତି ଚାଷୀ ମାନଙ୍କ ପାଖରେ କୃଷିବିଭାଗ ପହଁଚୁନି ତାହା ଆଲୋଚ୍ୟର ବିଷୟ ପାଲଟିଛି। ତୁରନ୍ତ ଏଥିପ୍ରତି ପ୍ରସାସନ ନଜର ଦେଇ ଚାଷୀମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ