ଧାନ ଚାଲାଣ ବେଳେ ଚଢ଼ାଉ କଲା ପ୍ରଶାସନ ୪ ଗାଡ଼ି ଜବତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ତାରିଖ ଠାରୁ ଧାନମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସୋମବାର ଆନ୍ଧ୍ର କୁ ଧାନ ଚାଲାଣ ବେଳେ ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ତହସିଲଦାର ଅନୀତା ସାହୁ ଓ ଯୋଗାଣ ନୀରିକ୍ଷକ ବ୍ରଜେଶ୍ଵର ରାୟ ଚିକିଟି – ଦିଗପହଣ୍ଡି ମୁଖ୍ୟ ରାସ୍ତାର କଲ୍ୟାଣପୁର ନିକଟରେ ୪ ଟି ଧାନ ବୋଝଇ ଗାଡ଼ିକୁ ଅଟକାଇ ଖୋଳତାଡ଼ ପରେ ଦିଗପହଣ୍ଡି ଥାନାକୁ ଆଣିଥିଲେ ।  ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ୪ ଟି ଜବତ ଗାଡ଼ିର କାଗଜପତ୍ର ଯାଞ୍ଚ ପରେ ସେଗୁଡ଼ିକୁ ଛାଡି ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ବିଳମ୍ବରେ ମଣ୍ଡି ଖୋଲିବା ଦ୍ବାରା ଅମଳ ଧାନକୁ ଚାଷୀ ଶୀତ କାକରରେ ବିଲରେ  ଜଗି ରହିବା କଷ୍ଟକର ହୋଇପଡୁଛି । ଯାହାଫଳରେ ଚାଷୀମାନେ ଶାଗ ମାଛ ଦରରେ ସେମାନଙ୍କ ଉତ୍ପାଦିତ ଧାନକୁ ଆନ୍ଧ୍ର ଦଲାଲ ଙ୍କୁ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ