ଧାନ ପୁଡା ଧରିବା ସମୟରେ ବିଲରେ ପାଣି ନାହିଁ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ବ୍ଳକରେ ଧାନ ଚାଷ ଧୀରେ ଧୀରେ ବିଗିଡି ବାକୁ ଯାଉଅଛ। କାରଣ ଯେଉଁ ସମୟରେ ଧାନ ଚାଷକୁ ପାଣି ଦରକାର ସେ ସମୟରେ ଜମି ଶୁଖି ଗଲାଣି। ବର୍ତ୍ତମାନ ଧାନ ଗଛରେ ପୁଡା ଧରିବାକୁ ଯାଉଛି। ଏହି ସମୟରେ ନିହାତି ପାଣି ଦରକାର ଥିବା ବେଳେ ନିଅଣ୍ଟିଆ ବର୍ଷା କାରଣରେ ଜମିରେ ପାଣି ନାହିଁ। ବ୍ଳକର ୨୨ ପଂଚାୟତ ର ଏ ପ୍ରକାର ଅବସ୍ଥା ସ୍ରୁଷ୍ଟି ହୋଇଛି। ଧାନ ପୁଡା ସମୟରେ ପ୍ରଚୁର ପରିମାଣର ପାଣି ଦରକାର ପଡୁଥିବା ବେଳେ ବ୍ଳକର ୪୦୦୦ ହେକ୍ଟର ଜମିରେ ଧାନ ଫସଲରେ ପାଣି ନାହିଁ। ଏ ପ୍ରକାର ୭ ଦିନ ମଧରେ ପାଣି ବା ବର୍ଷା ନହେଲେ ଧାନ ଫସଲ ନଷ୍ଟ ହୋଇଯିବ। ଶେରଗଡ ବ୍ଳକର ୧୨ ପଂଚାୟତର ଜମିରେ ପାଣି ମାଡିବା ପାଇଁ ଭୂତଳ ପାଇପ ଜରିଆରେ ପାଣି ଯୋଗାଣ କରାଯାଉଥିବା ବେଳେ ବହୁ ଢେପ ଜମିରେ ଉକ୍ତ ପାଇପ ଜରିଆରେ ପାଣି ବିଲ ମାନଙ୍କୁ ଯାଉ ନାହିଁ। କିଛି ଖାଲ ଜମିରେ ପାଣି ମାଡୁଥିବା ବେଳେ ଢେପ ଜମିରେ ମୋଟେ ପାଣି ନ ମାଡିବା ଫଳରେ ଜମିଗୁଡିକର ଜମି ଶୁଖି ଗଲାଣି।ଏଣୁ ଉକ୍ତ ଢେପ ଜମିରେ ଭୂତଳ ପାଇପ ଜରିଆରେ ପାଣି ଛାଡିବାକୁ ବହୁ ଚାଷୀ ଆମ୍ବୁଆବାଡି ଛକରେ ଥିବା ହରଭଙ୍ଗା ଜଳସେଚନ କାର୍ଯ୍ଯାଳୟରେ ସବୁ ଜମିକୁ ପାଣି ଛାଡିବାକୁ ଦାବୀଜ କରିଥିଲେ। ଜଳସେଚନ ବିଭାଗ ଏ ଦିଗରେ ତୁରନ୍ତ ଦ୍ରୁଷ୍ଟି ଦେବାକୁ ଉକ୍ତ ପଂଚାୟତର ଜନସାଧାରଣ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ