ଧାନ ବିକ୍ରୟ କରି ଟଙ୍କା ପାଉନାହାନ୍ତି ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ସେବା ସମବାୟ ସମିତି ଅଧିନ ବେଗନା ଗ୍ରାମର ଜନୈକ ଚାଷୀ ଧାନ ବିକ୍ରୟ କରି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ବେଗନା ଗ୍ରାମର ଧରଣୀଧର ସାହାଣୀ ଧାନ ବିକ୍ରୟ କରିବା ନେଇ ପଧାନପଡା ସେବା ସମବାୟ ସମିତିରେ ଚାଷୀ ପଞ୍ଜୀକରଣ କରିଥିଲେ । ପରେ ସେ ଜାନୁଆରୀ ୨୭ ଟୋକନ୍ ନଂ୩୮୯ରେ ୨୬କୁଇଁଣ୍ଟାଲ ୯୮ କିଗ୍ରା ଧାନ ବିକ୍ରୟ କରିବା ନେଇ ମୋବାଇଲ୍ ମେସେଜ୍ ପାଇଥିଲେ । ମାତ୍ର ସଂପୃକ୍ତ ମଣ୍ଡିରେ ତାଙ୍କ ଠାରୁ ଫେବୃଆରୀ ୨୦ରେ ଧାନ କ୍ରୟ କରାଯାଇଥିଲା । ଏହା ମଧ୍ୟରେ ୨୩ ଦିନ ବିତି ଯାଇଥିଲେ ମଧ୍ୟ ସେ ଧାନ ବିକ୍ରୟ ଟଙ୍କା ପାଇନାହାନ୍ତି । ତାଙ୍କ ଭଳି ବହୁ ଚାଷୀ ଧାନ ବିକ୍ରୟ କରି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ