ଧାନ ବିକ୍ରୟ ଟଙ୍କା ତୁରନ୍ତ ମିଳିବା ଦାବି ନେଇ ଗଂଜାମ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ଦାମୋଦର ପଲ୍ଲୀ ସୋସାଇଟିର ଚାଷି ମାନେ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଚାଷି ମଣ୍ଡି କୁ ଧାନ ଦେଇଥିଲେ ମଧ୍ୟ ଟଙ୍କା ପାଇ ନାହାନ୍ତି । ସେମାନଙ୍କୁ ସେମାନଙ୍କ ଧାନ ବିକ୍ରି ଟଙ୍କା ପାଇବା ଦାବୀ ନେଇ ସୋମବାର ଯୁବନେତା ମନୋରଂଜନ ଧ୍ୟାନ ସାମନ୍ତରାୟଙ୍କ ନେତୃତ୍ୱରେ ଚାଷି ମାନେ ଗଂଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପାତ୍ରପୁର ବ୍ଲକ ଅନ୍ତର୍ଗତ ପଦାଦିଗି ଗ୍ରାମ ପଂଚାୟତ ର ପଦାଦିଗି ଗ୍ରାମର ଦାମୋଦର ପଲ୍ଲୀ ସୋସାଇଟିର ଚାଷି ମାନେ କହିବା ଅନୁସାରେ ସେମନେ ଧାନ ବିକିବା ପାଇଁ ପଂଜିକରଣ କରିଥିଲେ । କିନ୍ତୁ ଟୋକେନ୍ ଗୁଡିକ ବହୁତ ବିଳମ୍ବରେ ଆସିଥିଲା । ଟୋକେନ୍ ଆସିବା ପରେ ସେମାନେ ଦାମୋଦରପଲ୍ଲୀ ସୋସାଇଟି ରେ ଧାନ ଦେଇଥିଲେ । ଧାନ ନେବା ପରେ ସୋସାଇଟି ସଂପାଦକ କହିଲେ ଟାରଗେଟ୍ ସରିଯାଇଛି । ଟାରଗେଟ୍ ଆସିଲେ ଟଙ୍କା ମିଳିବ କିନ୍ତୁ ଟାରଗେଟ ଆସିଲା ବେଳକୁ ସେମାନଙ୍କ ସମସ୍ତ ଟୋକେନ ଫେରିଯାଇଛି ବୋଲି ସୋସାଇଟି ସଂପାଦକ କହିଲେ । ପୁଣି ଆଉ ଥରେ ଟୋକେନ ଆସିବ ବୋଲି ସଂପାଦକ କହିଥିଲେ । ସେତେବେଳେ ସମସ୍ତଙ୍କ ଟଙ୍କା ଆସିବ । ଚାଷି ମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିବା ସତ୍ତ୍ୱେ ଆଉ ଟୋକେନ ଆସିଲା ନାହିଁ କି ଚାଷିକୁ ଟଙ୍କା ମିଳିଲା ନାହିଁ । ଚାଷି ମାନେ କେତେ ଧାର କରଜ କରି ଧାନ ଅମଳ କରିଥିଲେ ତାହା ଧାନ ବିକିଲେ ସୁଝିବେ ବୋଲି ଆଶା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଟଙ୍କା ମିଳିଲା ନାହିଁ । ତେଣୁ ସେମାନଙ୍କ ଧାନ ବିକ୍ରୟ ଟଙ୍କା କିପରି ଶୀଘ୍ର ପାଇବେ ସେଥି ନିମନ୍ତେ ବନ୍ଦୋବସ୍ତ କରିବା ନିମନ୍ତେ ଗଂଜାମ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ଜଣାଇ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଗୈାରାଙ୍ଗ ପାଣିଗ୍ରାହୀ, ଅଜିତ୍ ଚୈାଧୂରୀ, ସୁଶାନ୍ତ ଚୈାଧୂରୀ, ଜୟସେନ ପାଣିଗ୍ରାହୀଙ୍କ ସମେତ ବହୁ ଚାଷି ଉପସ୍ଥିତ ଥିଲେ । ପରେଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ