ଧାନ ମଣ୍ଡି ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଉପ ମୁଖ୍ଯମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ ୯ ଲକ୍ଷ ୨୪ହଜାର କୁଇଣ୍ଟାଲ ଧାନ କିଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି । ହେଲେ ପୂର୍ବପରି ଚାଷୀଙ୍କୁ ଆଉ ଓଦା ଧାନ କହି କଟନି ଛଟନି କରି ପାରିବେ ନାହିଁ ମିଲର । ସମସ୍ତ ଧାନ ମଣ୍ଡିରେ ସିସି ଟିଭି କେମେରା ଲାଗିବ । ମଣ୍ଡିରେ ଚାଷୀଙ୍କ ସାମନାରେ ମେସିନ ଭିତରେ ଧାନ ଟେଷ୍ଟ କରାଯିବ ଓ ଏହାର ରିପୋର୍ଟ ଉଭୟ ଚାଷୀ ଓ ମିଲ ମାଲିକଙ୍କୁ ଦିଆଯିବା । କୌଣସି ଚାଷୀ ଦଲାଲଙ୍କ ପାଖରେ ଧାନ ବିକ୍ରି ନକରି ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଯୋଗାଣ ବିଭାଗର ଅଧିକାରୀଙ୍କୁ ତାଗିତ କରାଯାଇଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହା ସହ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚାଷୀ ମାନେ ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କା ଇନପୁଟ ମିଶାଇ କୁଇଣ୍ଟାଲ ପିଚ୍ଛା ମୋଟ ୩୧୦୦ଟଙ୍କା ପାଇବେ ।