ଧାନ ମଣ୍ଡି ଶୀଘ୍ର ଖୋଲିବା ଓ ଗତ ବର୍ଷର ଫସଲ ବୀମା କ୍ଷତି ପୂରଣ ନ ମିଳିଲେ ଜିଲ୍ଲା ବ୍ୟାପି ଚାଷୀ ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ଧାନ ମଣ୍ଡି ଖୋଲି ଚାଷୀ ଓ ଭାଗ ଚାଷୀ ଙ୍କ ସମସ୍ତ ଧାନ କ୍ରୟ କରିବା, ଭାଗ ଚାଷୀ ଙ୍କ ସରଜମିନ ତଦନ୍ତ କରି ଗାଁ ପଲ୍ଲୀ ସଭା ରେ ଚି଼ହ୍ନଟକରି ଚାଷୀ ର ସମସ୍ତ ଧାନ କ୍ରୟ କରିବା l. ଧାନ କୁଇଂଟାଲ ପ୍ରତି ୫୦୦ଟଙ୍କା ବୋନସ ଦେବା l. ଗତ ବର୍ଷ ଜୱା ଦ ବାତ୍ୟା ରେ ଫସଲ କ୍ଷତି ର ଫସଲ ବୀମା କ୍ଷତି ପୂରଣ ପ୍ରଦାନ କରିବା ଓ ଜିଲ୍ଲା କାର୍ଯାଳୟ ରେ ଫସଲ ବୀମା କମ୍ପାନୀ ର ଏକ ଦପ୍ତର ଖୋଲିବା ଦାବୀ ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣରେଡ୍ଡୀ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପ୍ରଦାନ କରିଛନ୍ତି l ଦାବୀ ପୂରଣ ନହେଲେ ଜିଲ୍ଲା ତମାମ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି l. ଏହି ପ୍ରତିନିଧି ମଣ୍ଡଳୀ ରେ ଜିଲ୍ଲା ର ବରିଷ୍ଠ କୃଷକ ନେତା ଗୋପାଳ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼. ଜିଲ୍ଲା କମିଟି ସଭ୍ୟ ଧର୍ମରାଜ ସ୍ୱାଇଁ. ରବି ଆଚରି. ସନ୍ତୋଷ ଗୌଡ଼. ପ୍ରଭାକର ବେହେରା. .ତ୍ରିନାଥ ବେହେରା. ଦୁର୍ଯ୍ୟୋଧନ ସ୍ୱାଇଁ. ଖଲି ତରାଇ.. ଏସ. ନିରଞ୍ଜନ ରେଡ୍ଡୀ ପ୍ରମୁଖ ଯୋଗଦାନ କରି ଥିଲେ l