ଧାନ ସଂଗ୍ରହକୁ କେନ୍ଦ୍ର କରି ଜିଲ୍ଲା କୃଷକ ସଂଗଠନ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଠାରେ ଆଜି ଧାନ ସଂଗ୍ରହକୁ କେନ୍ଦ୍ର କରି ଜିଲ୍ଲା କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲେଇଛି । ଚଳିତ ଥର ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ବିଳମ୍ବରେ ଗତ ଦୁଇ ତାରିଖରେ ମଣ୍ଡି ଖୋଲିଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ଚାଷୀଙ୍କ ଧାନ କୈାଣସି ମଣ୍ଡିରେ ସଂଗ୍ରହ ହୋଇ ପାରିନାହିଁ । ସେପଟେ ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସ୍ଵୟଂ ସହାୟିକା ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ଵ ଦେଇଛନ୍ତି । ତେବେ ସ୍ଵୟଂ ସହାୟିକା ଗୋଷ୍ଠୀକୁ ଧାନ ସଂଗ୍ରହ ଅନୁମତିକୁ ନେଇ ଜିଲ୍ଲାର ସବୁ ସ୍ଥାନରେ ବିବାଦ ମୁଣ୍ଡ ଟେକିଛି। ବର୍ତ୍ତମାନ ସୁଦ୍ଧା ଏହାର କୈାଣସି ନିଷ୍କର୍ଷ ବାହାରି ପାରିନାହିଁ । ଯାହା ଦ୍ୱାରା କୃଷକ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରିବାକୁ ଗଲେ ନା କୈାଣସି ମଣ୍ଡି ଗ୍ରହଣ କରୁଛି ନା କୈାଣସି ମହିଳା ସଂଗଠନ । ଆଗକୁ ମକର ସଂକ୍ରାନ୍ତି ପର୍ବ ଆସୁଥିବା ବେଳେ ଧାନ ବିକ୍ରି କରି ୠଣ ସୁଝିବା ସହ ପରିବାର ସହିତ ପର୍ବ ପାଳନ ନେଇ ଚିନ୍ତାରେ ଅଛନ୍ତି ଚାଷୀ । ଅନ୍ୟପକ୍ଷରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ଏହା ବାବଦରେ ପ୍ରଶାସନ ପକ୍ଷରୁ କୈାଣସି ସହାୟତା ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ଧାନର ଉଚିତ ମୂଲ୍ୟ ନିର୍ଦ୍ଧାରଣ କରୁନାହାନ୍ତି କେନ୍ଦ୍ର ସରକାର । ପୁଣି ମିଲରଙ୍କ ନିର୍ଦ୍ଦେଶରେ ଚାଲିଛି ଜିଲ୍ଲାର କୃଷି ବିଭାଗ । ବେରଙ୍ଗି ଧାନ ତଥା ଧାନର ମାନ ଖରାପ ଆଳରେ ବହୁ କମ ଦରରେ ଧାନ ରଖିବାକୁ କୁହାଯାଉଛି । ଏସବୁ ସମସ୍ୟା ମଧ୍ୟରେ ପେଶି ହେଉଛି ଚାଷୀକୂଳ। ଶେଷରେ ବାଧ୍ୟହୋଇ ଆଜି ଶତାଧିକ କୃଷକ ପାରଳାଖେମୁଣ୍ଡି ଫାଇର୍ ଷ୍ଟେସନ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଆନ୍ଦୋଳନରେ ବସିଛନ୍ତି । ତୁରନ୍ତ ଚାଷୀଙ୍କ ଦାବି ପୂରଣ ନହେଲେ ଗ୍ରାମାଞ୍ଚଳର ସ୍ତରରୁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନ ରତ ଚାଷୀଭାଇ ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ