ଧାନ ସଂଗ୍ରହ ନିମନ୍ତେ ଚାଷୀ ପ୍ରଶିକ୍ଷଣ ଶିବିର 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ   ଧାନ ସଂଗ୍ରହ ନିମନ୍ତେ ଚାଷୀ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଚାଷୀଙ୍କ ଖରିଫ ଧାନ ଅମଳ ପରେ ସଂଗୃହିତ ଧାନ ମଣ୍ଡିକୁ ଯିବା ପୂର୍ବରୁ ସ୍ଥାନୀୟ ସେବା ସମବାୟ ସମିତିରେ ରଖାଯିବ ବୋଲି ନିର୍ଦ୍ଦେଶ ରହିଛି । ସେଠାରେ ପଞ୍ଜୀକୃତ ଚାଷୀଙ୍କ ଧାନର ନମୂନା ପରୀକ୍ଷଣ ପରେ ଗୁଣାତ୍ମକ ଧାନକୁ ନିର୍ଦ୍ଧାରିତ ମିଲରଙ୍କ ପାଖକୁ ପଠାଯିବ ବୋଲି ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ଚଳିତ ବର୍ଷ ସାଧାରଣ ଧାନର ସରକାରଙ୍କ ନିର୍ଦ୍ଧାରିତ  ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୩ ଶହ ଟଙ୍କା ରହିଛି ବୋଲି ଉପସ୍ଥିତ ଚାଷୀ ମାନଙ୍କୁ ସୂଚନା ଦିଆଯାଇଥିଲା । ଏହି ଚାଷୀ ସଚେତନତା ଶିବିରରେ ସେବା ସମବାୟ ସମିତି ସଭାପତି ରାମନାଥ ବିଷୋୟୀ , ସମ୍ପାଦକ କମଳାକାନ୍ତ ମିଶ୍ର , ସହ ସମ୍ପାଦକ ଏସ୍ . କଂସ ଦୋରା , ପୂର୍ବତନ ସମ୍ପାଦକ କେ . ତାରକେଶ୍ବର ଦୋରା , ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ ଙ୍କ ସମେତ ପଞ୍ଜୀକୃତ ଚାଷୀ , ଚାଷୀ କମିଟି ର ସଦସ୍ୟ ଓ କର୍ମକର୍ତ୍ତା ବୃନ୍ଦ ଏବଂ ସେବା ସମବାୟ ସମିତି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ