ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଉଦଘାଟିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ଚଳିତ ଖରିଫ ଧାନ ସଂଗ୍ରହ କରାଯିବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ମାସ ୧୦ ତାରିଖରୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ସ୍ଥିର କରାଯାଇଛି। ଏହି ଧାନ ବିକ୍ରୟ ସଂକ୍ରାନ୍ତରେ ଚାଷୀମାନଙ୍କ ସଚେତନତା ପାଇଁ କରଞ୍ଜିଆ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ତଥା ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମବାୟବିତ ତଥା ରାଜ୍ୟ ସମବାୟ ବୋର୍ଡ ନିର୍ଦେଶକ ଗିରିଧାରୀ ପୃଷ୍ଟି,ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନିର୍ଦେଶକ ସୁଶ୍ରୀ ସସ୍ମିତା ଦାସ ଅଧିକାରୀ, କୃପାସିନ୍ଧୁ ମହାନ୍ତ,ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ସମ୍ପାଦକ ତଥା ଆକାଉଟାଣ୍ଟ ଜୟଦ୍ରଥ ମହାନ୍ତ,ଉପଖଣ୍ଡ ଯୋଗାଣ ଅଧିକାରୀ ହିମାଂଶୁ ଦତ୍ତ, ସହକାରୀ ଏଅରସିଏସ ଜ୍ଞାନରଞ୍ଜନ ମହାନ୍ତି ଙ୍କ ସମେତ ଅନେକ ଚାଷୀ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ