ଧାନ ସଂଗ୍ରହ ରେ ବ୍ୟାପକ ଅବ୍ୟବ୍ୟସ୍ଥା ମିଲର ଓ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁ ବଳି ପଡୁଛନ୍ତି ନିରୀହ ଚାଷୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲାରେ ଧାନ ମଣ୍ଡି ଗୁଡିକରେ ବ୍ୟାପକ ଅବ୍ୟବ୍ୟସ୍ଥା ଓ କଟନୀ ଛଟନି ସହିତ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବ୍ୟସ୍ଥା ଦେଖିବାକୁ ମିଳୁଛି । ଚାଷୀମାନେ ରାତି ଦୁଇ ଟା ତିନିଟା ସମୟରୁ ମଣ୍ଡିରେ ଧାନ ବସ୍ତା ଥାକ ମାରିଲେ କିନ୍ତୁ ଦିନ ତିନିଟା ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିଲା ନାହିଁ ଧାନ କିଣା ପ୍ରକ୍ରିୟା । ଏହିପରି ଅଭାବନୀୟ ଘଟଣା ଆଜି ରରୁଆଁ ଧାନ ମଣ୍ଡିରେ ଦେଖିବାକୁ ମିଳିଛି । ଧାନମଣ୍ଡି ଉଦଘାଟନ ହେବା ପରେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ କିଣା ହେଉଛି ଧାନ।ବିଲରୁ ବାତ୍ୟା ବନ୍ୟାରୁ ବଞ୍ଚିଥିବା ଧାନକୁ ବିକିବା ନିମନ୍ତେ ଚାଷୀ ଭୋକ ଉପାସରେ ଧାନ ମଣ୍ଡିରେ ଧାନ ଗଛିତ କରି ଅପେକ୍ଷା କରି ବସିଛି କେତେବେଳେ ଧାନ ବିକ୍ରି କରିବ ବୋଲି ।କିନ୍ତୁ ଯେତେବେଳେ ମିଲର ଆସି ପହଞ୍ଚି କହୁଛି ତମର ଧାନର ମାନ ଠିକ ନାହିଁ ତେଣୁ ଆଠ କିଲୋ କଟିବ ଆଉ ପାଞ୍ଚ କିଲୋ କଟିବ । ସେତେବେଳେ ଚାଷୀର ମୁଣରେ ଚଡ଼କ ପଡୁଛି । ପୁଣି ଓଜନ କରିବା ପାଇଁ ଲେବର ବାବଦକୁ ଟଙ୍କା ବି ଦେବ ଚାଷୀ । ସେପଟେ ବସ୍ତା ଫେରସ୍ତ ମିଳୁନି କି ବସ୍ତା ବାବଦ କୁ କୌଣସି ଟଙ୍କାମଧ୍ୟ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଏପରିକି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ ରେ ମୟୁରଭଞ୍ଜ ଜିଲ୍ଲାପାଳ ଦେଇଥିବା ନିର୍ଦେଶ କୁ ମାନୁ ନାହାନ୍ତି ମିଲର କିମ୍ବା ଲ୍ୟାମ୍ପସ କର୍ମଚାରୀ ଅଧିକ ମିଲର ଙ୍କ ମନମାନି ଦେଖିବାକୁ ମିଳୁଛି । ଉପରିସ୍ତ ଅଧିକାରୀ ମାନେ କହୁଛନ୍ତି ଧାନର ମାନ ଠିକ ଅଛି କିନ୍ତୁ ଅଧିକାରୀ ମାନେ ଚାଲିଗଲା ପରେ ଅବସ୍ଥା ପୂର୍ବପରି ଲାଗିରହୁଚି । ଜିଲ୍ଲା ଅଧିକାରୀ ବସ୍ତା ବାବଦକୁ ଟଙ୍କା ମିଳିବ, ଓଜନ ବାବଦକୁ ଚାଷୀ ଟଙ୍କା ନ ଦେବା ଏବଂ କଟନୀ ଛଟନୀ ନ କରିବାକୁ ଆଶ୍ୱାସନା ଦେଇ ଗଲା ପରେ ମଧ୍ୟ ଫଳ ସୁନ ପୁଣି କଟା ଛଟା ହେଉଥିବା ଚାଷୀ ମାନେ ପ୍ରକାଶ କରିବା ସହିତ ଆଜି ରରୁଆଁ ମାଣ୍ଡିକୁ ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀ ପରିଦର୍ଶନରେ ଆସିଥିବା ବେଳେ ଚାଷୀ ମାନେ ତାଙ୍କୁ ଘେରି ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଦାବି ରଖିଥିଲେ । ଏଭଳି ସମାନ ଅବସ୍ଥା ପାଞ୍ଚପିଢ଼ ଉପଖଣ୍ଡ ର ସମସ୍ତ ମଣ୍ଡି ଗୁଡିକରେ ମିଲର ଓ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁ ବଳି ପଡୁଛନ୍ତି ନିରୀହ ଚାଷୀ ମାନେ । ଏ ବାବଦକୁ ଅଧିକାରୀ ମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


