ଧାନ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍‌): ଧାନ କିଣାକୁ ସୁନିୟନ୍ତ୍ରିତ କରିବା ସହ ଯେପରି ଅଭାବି ବିକ୍ରୀ ନ ହୁଏ ସେଥିପାଇଁ ପ୍ରତ୍ୟେକ ସମ୍ୱେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଇନ୍ଦ୍ରମଣି ନାୟକ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଗୁରୁବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ାରେ ଧାନ ସଂଗ୍ରହର ଅଗ୍ରଗତି ଓ ସମସ୍ୟା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଶ୍ରୀ ନାୟକ ପୂର୍ବରୁ ଏକାଧିକ ବାର ବୈଠକ ସବିଚ୍ଥି ଓ ଆଲୋଚନା ହୋଇ ଧାନ କ୍ରୟର ନିୟମାବଳୀ ପ୍ରଣୟନ ହୋଇଚ୍ଥି ବୋଲି କହିଥିଲେ । ସରକାର ଧାନ ସଂଗ୍ରହ ସମୟରେ କି କି ବ୍ୟବସ୍ଥା ଗ୍ରହଣ କରାଯିବ ଓ କେଉଁ ବିଭାଗର କି ପ୍ରକାର କାର୍ଯ୍ୟ କରିବା ଉଚିତ ତାହାର ଗାଇଡଲାଇନ ପ୍ରଦାନ କରିଚ୍ଥନ୍ତି । ଏହାକୁ ନିଷ୍ଠାର ସହ ଉତ୍ତରଦାୟୀ ଭାବେ ପାଳନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ସରକାର ଜିଲ୍ଳ୍‌ା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ଠାରୁ ଦାବି ଆସୁଥିବାରୁ ଏହାକୁ ସରକାରଙ୍କୁ ଅବଗତ କରାଇ ଅତିରିକ୍ତ ଲକ୍ଷ୍ୟ ଧାର୍ଯ୍ୟ ପାଇଁ ଅନୁରୋଧ ପତ୍ର ଲେଖିବାକୁ ଯୋଗାଣ ବିଭାଗକୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅଭାବୀ ବିକ୍ରିକୁ ପ୍ରତିହତ ସହ ଚାଷୀ ମଧ୍ୟ ଉପକୃତ ହୋଇପାରିବ ବୋଲି ସେ କହିଥିଲେ । ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ ମିଲର ମାନେ ଠିକ୍ ସମୟରେ ମଣ୍ଡି ମାନଙ୍କରୁ ଧାନ ଊଠାଇବା ଯେତିକି ଜରୁରୀ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସେମାନଙ୍କ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବା ସେତିକି ଜରୁରୀ । ତେଣୁ ଧାନ ସଂଗ୍ରହ ସମୟରେ ଯୋଗାଣ କର୍ମଚାରୀ, ପ୍ୟାକ୍ସର କର୍ମଚାରୀ ଓ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀଙ୍କ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ । ସର୍ବସମ୍ମତି କ୍ରମେ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟକୁ ବୃଦ୍ଧି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସ୍ଥିର ହେବା ସହ ମିଲର ମାନେ ଠିକ୍ ସମୟରେ ଧାନ ସଂଗ୍ରହ କରିବାକୁ ସ୍ଥିର ହେଲା । ଚାଷୀ ମାନଙ୍କର କୈାଣସି ସମସ୍ୟା ଯେପରି ନ ରହେ ଯୋଗାଣ ବିଭାଗ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଭାଗ ସେଥିପ୍ରତି ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ, ଜିଲ୍ଳ୍‌ାରେ ୧୩୬ ଗୋଟି ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ପ୍ୟାକ୍ସ ୧୨୦ ଟିରେ ଓ ସ୍ୱୟଂ ସହାୟକ ଗୋଷ୍ଠୀ ୧୬ ଟି ଧାନ ସଂଗ୍ରହ ଦାୟିତ୍ୱ ନେଇଚ୍ଥନ୍ତି । ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୧୦୮୨୯୩୦ କ୍ୱିଣ୍ଟାଲ ଧାନ ମଧ୍ୟରୁ ୮୫୫୭୪୦.୯୨ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଚ୍ଥି । ଏହି ବୈଠକରେ ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରହଲ୍ଳ୍‌ାଦ ସେଠୀ, ଏ.ଆର.ସି.ଏସ୍‌. ଶରତ ମଲ୍ଳିକ , ନିୟନ୍ତ୍ରିତ ବଜାର କମିଟି ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ଅନ୍ୟାନ୍ୟ ମାର୍କେଟିଂ ଇନିସ୍ପେକ୍ଟର, ମିଲର ଓ ଅନ୍ୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ