ଧାରଣାକୁ ୧୦୦ ଦିନ ପୁରିବ ଆଲୋଚନାକୁ ଆସିଲେନି କମ୍ପାନୀ

ଯୋଡା, (ସମୀର କୁମାର ଦାସ):ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଭଦ୍ରାସାହିସ୍ଥିତ ନର୍ଭେରାମ ଖଣି କମ୍ପାନୀ ଫାଟକ ସମ୍ମୁଖରେ କେତେକ ଦାବି ନେଇ ସ୍ଥାନୀୟ ଲୋକେ ଧାରଣାରେ ବସିରହିଥିବା ବେଳେ ଏହି ଧାରଣା ୧୦୦ ଦିନ ପୁରିବାକୁ ବସିଛି । ଆଜି ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୁପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ କେହି ହେଲେ ଧାରଣାରତ ଗ୍ରାାମବାସୀଙ୍କ ନାର୍ଯ୍ୟ ଦାବି ପ୍ରତି ଅଣଦେଖା କରି ଆଲୋଚନାକୁ ଆସିନଥିବା ଜଣାପଡିଛି । ସମ୍ପୃକ୍ତ ଦାବି ଗୁଡିକ ମଧ୍ୟରେ ଖଣିରୁ ହେଉଥିବା ଲୁହାପଥର ପରିବହନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପରିବହନ ନିମନ୍ତେ ଅଗ୍ରାଧିକାର ଦେବା, ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଖଣିରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହିତ ଅଧିକ ଶହେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ । ସ୍ଥାନୀୟ ଟଣ୍ଟୋ ଓ ଭଦ୍ରାସାହି ଗ୍ରାମବାସୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବା । ଖଣି ପ୍ରଭାବିତ ଭଦ୍ରାସାହି ଓ ଟଣ୍ଟୋ ଗ୍ରାମରେ ପାରିପାଶ୍ୱର୍ିକ ଉନ୍ନୟନ କାର୍ଯ୍ୟ ପ୍ରମୁଖ ଦାବି ରହିଥିଲା । ତେବେ ବାରମ୍ବାର କମ୍ପାନୀ ଅଧିକାରୀ ଧାରଣାରତ ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆନେ୍ଦାଳନକାରୀଙ୍କ କୌଣସି ଦାବିକୁ ପୂରଣ କରିବାକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିବାକୁ ଅଗ୍ରାହ୍ୟ କରିଥିଲେ । ଏପରିକି ଆଲୋଚନା ନିମନ୍ତେ ନର୍ଭେରାମ କମ୍ପାନୀର କଲିକତାରେ ଥିବା ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ଧାରଣାରତ ଗ୍ରାମବାସୀମାନଙ୍କ ପ୍ରତିନିଧି ସାକ୍ଷାତ କରି ଆଲୋଚନା କରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ଅପରପକ୍ଷରେ କମ୍ପାନୀ କିଛି ମୁଷ୍ଟିମେୟ ସ୍ଥାନୀୟ ଲୋକଙ୍କୁ ଧରି କିଛି ଦିନ ହେବ ସମାନ୍ତରଳ ଭାବେ କମ୍ପାନୀ ଖଣି ପରିସର ମଧ୍ୟରେ ଖଣି ସୁଚାରୁ ପରିଚାଳନା ନିମନ୍ତେ ଦାବି କରି କିଛି ଲୋକଙ୍କୁ ଧାରଣାରେ ବସାଇ ଏହି ୧୦୦ ଦିନର ଆନେ୍ଦାଳନକୁ ଭଣ୍ଡୁର କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସମ୍ଭାବନାକୁ ମଧ୍ୟ ଏଡାଇଦିଆଯାଇନପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ପ୍ରଶାସନ ସବୁ ଜାଣି ମଧ୍ୟ ନିରବ ରହିବା ଅସାଧୁ ଖଣି କମ୍ପାନୀକୁ ସୁହାଉଛି ବୋଲି ଚର୍ଚ୍ଚା ହେଉଛି । ନିକଟରେ ଖଣି କମ୍ପାନୀ ତାର ଲୁହାପଥର ପରିବହନକୁ ସ୍ୱଭାବିକ କରିବା ପାଇଁ ଜୋର ଜବରଦସ୍ତ ପରିବହନ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହାକୁ ଧାରଣାରତ ସ୍ଥାନୀୟ ବାସିନ୍ଦା ଦୃଢ ହସ୍ତରେ ବନ୍ଦ କରିବାକୁ ସଫଳ ହୋଇଥିଲେ । ଦୀର୍ଘ ତିନି ମାସ ଧରି ଖଣିଜ ଉତ୍ତୋଳନ କାର୍ଯ୍ୟ ଚାଲୁଥିଲେ ମଧ୍ୟ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ତେବେ ଧାରଣାରତ ଆନେ୍ଦାଳନକାରୀମାନେ ସେମାନଙ୍କ ଦାବି ପୂରଣ ନହେଲେ ଏହି ଖଣିଟିକୁ ସମ୍ପୂର୍ଣ୍ଣ ଅଚଳ କରିଦେବେ ବୋଲି ଦୃଢୋକ୍ତି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ