ଧାରଣା ସ୍ଥଳରେ ମାଣବସାଇ ଲକ୍ଷ୍ମୀଙ୍କୁ ପୂଜାକଲେ ଅଙ୍ଗନବାଡି କର୍ମୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଧରଣା ସ୍ଥଳରେ ଚାଲିଛଇ ମାଣବସା ଓ ଲକ୍ଷ୍ମୀପୁରାଣ ପାଠ । ଶହଶହ ମହିଳା କରୁଛନ୍ତି ପୂଜା । କିଏ ଶଙ୍ଖ ଫୁଙ୍କୁଛି ତ କିଏ ଘଣ୍ଟ ବଜାଉଛି । ଏହା କୌଣସି ଦେବପୀଠ ନୁହେଁ । ଏହା ହେଉଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେଧାରଣରେ ବସିଥିବା ଅଙ୍ଗନବାଡି କର୍ମୀଙ୍କ ପ୍ରତିବାଦ ପୂଜା । ୮ଦଫା ଦାବିନେଇ ଅଲ ଓଡିଶା ÷ଅଙ୍ଗନବାଡି ୱାର୍କରର୍ସ ଆସୋସିଏସନ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ଚାଲିଥିବା ଧାରଣା ୧୮ଦିନ ହେଲା ଚାଲୁ ରହିଥିବା ବେଳେ ଅଙ୍ଗନବାଡି କର୍ମୀମାନେ ଘରେ ରହି ପୂଜାର୍ଚ୍ଚନା କରିପାରୁ ନାହାନ୍ତି । ତେଣୁ ଆଜି ମାର୍ଗଶିର ମାସର ୪ର୍ଥପାଳି ଗୁରୁବାର ôତବାରୁ ଅଙ୍ଗନବାଡି କର୍ମର୍ମାନେ ଆଜି ନିଜ ନିଜର ଘରେ ପିଠାପଣା ତିଆରିକରି ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ଆରମ୍ଭ କରିଦେଇଛନ୍ତି ମାଣବସା ଓ ଲକ୍ଷ୍ମୀ ପୁରାଣ ପାଠ । ଖାଲି ମାଣବସା ନୁହଁ ଆନ୍ଦୋଳନ ଚାଲିଥିବା ପର୍ଯ୍ୟନ୍ତ ଯେ କୌଣସି ଓଷା ବ୍ରତ ପଡିବ ସବୁ ଏହି ଆନ୍ଦୋଳନ ସ୍ଥଳରେ କରିବୁ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ନବୀନ ସରକାର ମା’କୁ ସମ୍ମାନ ଓ ଗାଁକୁ କାମ ବୋଲି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ ମହିଳା ମାନଙ୍କ ଉଚିତ ଦାବିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଆମେ ୧୮ଦିନ ହେଲା ଆନ୍ଦୋଳନରେ ଥିଲେବି ଆମ ଦାବି ଶୁଣିବା ପାଇଁ ଦିନେବି ଚେଷ୍ଟା କରାଯାଇ ନାହିଁ । ଏହି ଆନ୍ଦୋଳନ ଯୋଗୁଁ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରରେ ଅଜକୁ ୧୮ଦିନ ହେଲା ତାଲା ଝୁଲୁଛି । ଗାଁ ଗହଳିରେ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଚାଲୁଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଠିକ ମଧ୍ୟ ଠପ ହୋଇ ଯାଇଛି । ଏହି ବିକ୍ଷୋଭ ଓ ଧାରଣାରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି କାମପାଳ ନାୟକ, ଅଙ୍ଗନବାଡି ସଂଘ ସଭାପତି କନକଲତା ସାମଲ, ସମ୍ପାଦିକ କନକ ଲତା ଜେନା, କୋଷାଧ୍ୟକ୍ଷ ସତ୍ୟଭାମ ଖଟୁଆ, ଉପସଭାପତି ଝରଣା ସ୍ୱାଇଁ, ସେକ୍ଟର ଲିଡ ମଞ୍ଜୁଲତା ବିଶ୍ୱାଳ, ମଞ୍ଜୁଲତା ମଲ୍ଲିକ, ଗାୟତ୍ରୀ ବେହେରା, ଅବନ୍ତି ବିଶ୍ୱାଳ, ବାସନ୍ତୀଲତା ରାଉତ, ପ୍ରମିଳା ସେନାପତି, ଗୀତା ଚଇନି, ସରୋଜିନି ପାଢ଼ୀ, ମିନତୀ ବେହେରା, ସତ୍ୟଭାମା ବିଶ୍ୱାଳଙ୍କ ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ