ଧାରା ଶ୍ରାବଣ ରେ ମରୁଡି ର ପଦ ଧ୍ୱନି
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ରେ ଧାରା ଶ୍ରାବଣ ମାସରେ ଚାଷ ଜମି ସବୁଜ ରଙ୍ଗ ହେବା ପରିବର୍ତ୍ତେ ହଳଦିଆ ରଙ୍ଗ ଧାରଣ କଲାଣି, ମୌସୁମୀ ର ଲୁଚକାଳି ଖେଳ ସାଙ୍ଗ କୁ ଅଭାବୀ ବର୍ଷା ଯୋଗୁଁ ଚାଷୀ ଆଖିରୁ ଲୁହ ଝରୁଛି, ବନ୍ଧ ଗାଡିଆ, ପୋଖରୀ, ଶୁଖିଲା ପଡିଛି, ପ୍ରଥମ ରୁ ଅଭାବୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଧୀମା ପଡିଥିଲା।ଲଘୁଚାପ ଜନିତ ବର୍ଷା ରେ ଧାନ ରୁଆ ବେଉଷଣ କାମ ଆଗେଇ ଚାଲିଥିବା ବେଳେ ପୁଣି ବର୍ଷା ଉଭାନ ହୋଇଯିବା ଚାଷୀ ର ଚିନ୍ତାକୁ ବଢ଼େଇ ଦେଇଛି।ପାଣି ଅଭାବ ରୁ ଧାନ ତଳି ଭଙ୍ଗା ଧିମେଇ ଯାଇଛି, ସେପଟେ ରୁଆ ଜମି ସବୁ ଜମି ଫାଟି ଆଁ ହୋଇଲାଣି, ଯାହାକୁ ନେଇ ଚାଷୀ ର ଚିନ୍ତା ବଡ଼ିବାରେ ଲାଗିଛି।ପଥର ପୁଞ୍ଜି, ଧନନ୍ତର, ସୁନନ୍ତର, ନରେନ୍ଦ୍ରପୁର, ଗୋବିନ୍ଦ ପୁର, ମରୁଡି, ଠୁରୁବୁରେଇ, ଗୋଠଗାଁ, ପୁନାନ୍ଦ, ଧବଳପୁର, ଚିକିଲି, ହାଡ଼ିଚିର, ଖିରିଡା, ବରମୁଣ୍ଡଳୀ, ବନ୍ଧାଗୁଡା, ପ୍ରଭୁତି ଗ୍ରାମ ରେ ଚାଷ କାର୍ଯ୍ୟ ପାଇଁ ପାଣି ସମସ୍ୟା ଲାଗିରହିଛି! ଯଦି ବର୍ଷା ନହୁଏ ଶେରଗଡ଼ ବ୍ଲକ ର ଅଧିକାଂଶ ଗ୍ରାମ ମରୁଡି ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି