ଧାର୍ ଟଙ୍କା ମାଗିବା ଯୋଗୁଁ ବିଷ ପିଆଇ ଥିବା ଅଭିଯୋଗ କଲା ପୁଅ
ଧାରରେ ଦେଇଥିଲେ ଟଙ୍କା। ଆଉ ସେହି ଟଙ୍କା ମାଗିବାକୁ ଯାଇଥିବାବେଳେ ଜବରଦସ୍ତ ମହିଳାଙ୍କୁ ବିଷ ପିଆଇଦେଲେ। ଏପରି ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳାଙ୍କ ୬ବର୍ଷର ପୁଅ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ସମ୍ବେଦନଶୀଳ ଘଟଣା ଅନୁଗୋଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅନୁଗୋଳ ପୁରୁଣାକୋଟ ଥାନା ଗୁରୁଧି ଗ୍ରାମର ସୁକାନ୍ତି ପ୍ରଧାନ ବନ୍ତଳା ଥାନା ସାରଙ୍ଗପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଧାର ସୂତ୍ରରେ ଟଙ୍କା ଦେଇଥିଲେ। ଦୀର୍ଘଦିନ ହେଲା ସମ୍ପୃକ୍ତ ବ୍ୟକ୍ତି ଟଙ୍କା ପରିଶୋଧ କରୁ ନ ଥିଲେ। ବୁଧବାର ସନ୍ଧ୍ୟାରେ ସୁକାନ୍ତ ଟଙ୍କା ମାଗିବାକୁ ସାରଙ୍ଗପୁର ଯାଇଥିଲେ। ସେଠାରେ ଟଙ୍କା ନେଇଥିବା ବ୍ୟକ୍ତି ଏବଂ ତାଙ୍କ ସହଯୋଗୀ ସୁକାନ୍ତିଙ୍କୁ ମାଡ଼ମାରିବା ସହ ଜୋରଜବରଦସ୍ତ ବିଷ ପିଆଇ ଦେଇଥିଲେ ବୋଲି ତାଙ୍କ ୬ବର୍ଷର ପୁଅ ଅଭିଯୋଗ କରିଛନ୍ତି।
ତାଙ୍କ କହିବା ଅନୁଯାୟୀ, ମା’ ବୁଧବାର ସନ୍ଧ୍ୟାରେ ଟଙ୍କା ମାଗିବାକୁ ଯାଇ ଆଉ ଫେରି ନ ଥିଲେ। ଗୁରୁବାର ସକାଳେ ତାଙ୍କୁ କେତେଜଣ ଲୋକ ଉଦ୍ଧାର କରି ଘରକୁ ଖବର ଦେଇଥିଲେ। ସେହି ସମୟରେ ଧାର ଟଙ୍କା ନେଇଥିବା ଲୋକ ଏବଂ ତାଙ୍କ ସହଯୋଗୀମାନେ ବିଷ ପିଆଇ ମାରିଦେବାକୁ ଉଦ୍ୟମ କରିଥିବା ମା’ କହିଥିବା ନାବାଳକ ପୁଅ କହିଛନ୍ତି। ୧୦୮ ଆମ୍ବୁଲାନ୍ସ ସହାୟତାରେ ସୁକାନ୍ତିଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍ଗିନ ରହିଛି। ଏ ବିଷୟରେ ପୁରୁଣାକୋଟ ଥାନାଧିକାରୀ ଦିଲୀପ କୁମାର ସାହୁ କୁହନ୍ତି, ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ଆସିନାହିଁ


