ଧିମେଇ ଯାଇଛି ୫ଟି ସ୍କୁଲ ନବୀକରଣ କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକର ସରସଦା ଓ ମଞ୍ଜୁରୀରୋଡ଼ ସ୍ଥିତ ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାଳୟରେ ୫ଟି ଆକାଂକ୍ଷା ଯୋଜନା ଅନୁଯାୟୀ ରୂପାନ୍ତରିକରଣ କାର୍ଯ୍ୟ ଶେଷ ହୋଇଥିଲା। ପରେ ପରେ ଆଉ ୧୧ଗୋଟି ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଥିଲା। ବ୍ଲକର ବାରିକପୁର, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ବିଷ୍ଣୁପୁର, ଜଳହରି, ମଣିନାଥପୁର, ଶୁକଦେଵ ଜେନା ଉଚ୍ଚ ବିଦ୍ୟାପୀଠ ବାଲିପୋଖରୀ, ରହଣିଆ, ଜଗନ୍ନାଥପ୍ରସାଦ, ସୁବର୍ଣମୁଖୀ ଉଚ୍ଚ ବିଦ୍ୟାପୀଠ ଯଶୋଟିକିରି, କୁଲଣା ଉଚ୍ଚ ବିଦ୍ୟାଳୟ, ହାରାମଣି ଉଚ୍ଚ ବିଦ୍ୟାଳୟ ଓ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଶାସନ ଆକାଂକ୍ଷା ଯୋଜନାରେ ସାମିଲ କରି କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ବିଦ୍ୟାଳୟ ଗୁଡିକୁ ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ସରକାର ନିର୍ଦେଶ ଦେଇଥିବା ବେଳେ ଏହାରି ଭିତରେ ପଞ୍ଚାୟତ ନିର୍ବାଚନ ଆସିଯାଇଥିଲା। ଫଳରେ ୫ଟି କାର୍ଯ୍ୟ ସମ୍ପୂର୍ଣ୍ଣ ମାନ୍ଦା ହୋଇଥିବା ବେଳେ ଅନେକ ଜାଗାରେ ଏଯାଏଁ କାମ ଆରମ୍ଭ ହୋଇନାହିଁ। ଏପରିକି ରହଣିଆ, ମଣିନାଥପୁର ଓ ବାଲିପୋଖରୀ ଠାରେ କାର୍ଯ୍ୟ ପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜଣାପଡିଛି। ଅନ୍ୟ ବିଦ୍ୟାଳୟ ଗୁଡିକରେ ଆନୁପାତିକ ଭାବେ ୪୦ରୁ୫୦ଭାଗ କାର୍ଯ୍ୟ ହୋଇଥିଲେ ସୁଦ୍ଧା ମାର୍ଚ୍ଚ ମାସ ଶେଷ ସୁଦ୍ଧା କାମ ସରିବା ନେଇ ସନ୍ଦେହ ଜାତ ହୋଇଛି। ଏପରିସ୍ଥଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ ଓ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ ବିଦ୍ୟାଳୟ ରୂପାନ୍ତରି କରଣ କାର୍ଯ୍ୟ ତଦାରଖ କରିବା ସହ କାମକୁ ଶୀଘ୍ର ସାରିବା ପାଇଁ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦେଶ ଦେଇଛନ୍ତି। ଏହାଛଡା ସମୂର୍ଣ୍ଣ କାମ ଆରମ୍ଭ ହୋଇନଥିବା ବିଦ୍ୟାଳୟ ଗୁଡିକରେ ଯଥାଶୀଘ୍ର କାମ ଆରମ୍ଭ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେ ଯାହାବି ହେଉ ନୂତନ ଶିକ୍ଷା ବର୍ଷ ସୁଦ୍ଧା ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ