ଧୀରେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକଙ୍କ ହୃଦଘାତରେ ବିୟୋଗ
ଛତ୍ରପୁର,(ଦେବଦତ୍ତ ମହାରଣା): ବଡ଼ମାଧପୁର ଧୀରେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିପ୍ରଚରଣ ମହାଙ୍କୁଡ଼ (୫୮) ହୃଦଘାତରେ ଆଜି ତାଙ୍କର ନିଜସ୍ୱ ବାସଭବନରେ ବିୟୋଗ ଘଟିଛି । ସେ ଜଣେ ପରୋପକାରୀ, ବନ୍ଧୁ ବାତ୍ସଲ୍ୟ, ଧର୍ମପରାୟଣ ଓ ଛାତ୍ରପ୍ରେମୀ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବଡ଼ମାଧପୁର ସମେତ ୫ ଖଣ୍ଡ ପଂଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ନିଜ ଘର କରପଡ଼ା ପଂଚାୟତର ନିଳାଦ୍ରିପୁର ଗ୍ରାମ ଅଟେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ବିଶ୍ୱଜିତ ମହାଙ୍କୁଡ଼, ବୋହୂ ଓ ଦୁଇ ଝିଅ ଜ୍ୱାଇଁ ସମେତ ଧୀରେଶ୍ୱର ବିଦ୍ୟାପୀଠର ଶିକ୍ଷକ ରାଜ କିଶୋର ପାଣିଗ୍ରାହୀ, ଉମା ଚରଣ ରେଡ୍ଡି, କାଳୀଚରଣ ଦାଶ, ଲକ୍ଷ୍ମୀଚରଣ ରେଡ୍ଡି, ସଦାଶିବ ମହାପାତ୍ର, ହରିକୃଷ୍ଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, ଅନ୍ୟାନ୍ୟ ସହକର୍ମୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ୨୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଏସ୍. କିଶୋର ରେଡ୍ଡି, ପୋଷ୍ଟାଲ୍ ସର୍ଭଭେଂଟ୍ ଗୌରହରି ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ମଙ୍ଗୁଳୁ ରେଡ୍ଡି, କବିରାଜ ପେଣ୍ଠେଇ , ଯୁବ ନେତା ସପନ ନାହାକ, ସନ୍ତୋ ମହାପାତ୍ର ୱାର୍ଡ ମେମ୍ବର ସୁଶାନ୍ତ ପେଣ୍ଠେଇ ପ୍ରମୁଖ ଉପସ୍ଥିତ ଥିଲେ ।ସ୍ୱର୍ଗତ ମହାଙ୍କୁଡ଼ ଜୀବନର ଅଧିକାଂଶ ସମୟ ଅବୈତନିକ ଭାବେ ଅକ୍ଲାନ୍ତ ପରିଶ୍ରମ କରି ବଡ଼ମାଧପୁର ଅଂଚଳ ସମେତ ଆଖପାଖ ୫ଟି ପଂଚାୟତରେ ଶିକ୍ଷାର ଆଲୋକ ବାଂଟିଛନ୍ତି ବୋଲି କବିରାଜ ପେଣ୍ଠେଇ ସୂଚନା ଦେଇଛନ୍ତି । ତାଙ୍କର ଗାଁ ଶ୍ମଶାନରେ ପୁଅ ବିଶ୍ୱଜିତ୍ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ ।