ଧୀରେ ଧୀରେ ଖସୁଛି ବୁଢାବଳଙ୍ଗର ଜଳସ୍ତର ନଦୀକୁଳିଆ ଲୋକେ ଅଶ୍ୱସ୍ତ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବାତ୍ୟା ଭୟ ଟଳିଲା ପରେ ମୟୁରଭଞ୍ଜ ଜିଲ୍ଲା ରେ ବିଶେଷ କରି ଶିମିଳିପାଳ ଅଭୟାରଣ୍ୟ ରେ ଲଗାତର ବର୍ଷା ଲାଗି ରହିଥିବାରୁ ମୟୂରଭଞ୍ଜକୁ ବନ୍ୟା ଡର ଲାଗି ରହିଥିଲା. ଗତ ୨୪ ତାରିଖ ରାତିଠାରୁ 25ତାରିଖ ସକାଳ ଓଳି ପର୍ଯ୍ୟନ୍ତ, ପୁଣି 25 ତାରିଖ ସନ୍ଧ୍ୟା ଠାରୁ 26 ତାରିଖ ସକାଳ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ବଢ଼ିଥିବାରୁ ବୁଢାବଳଙ୍ଗ ନଦୀର ଜଳସ୍ତର 25 ତାରିଖ ରାତି ଠାରୁ କ୍ରମଶ ଫୁଲିବାରେ ଲାଗିଥିଲା. ୨୪ ତାରିଖ ରାତିଠାରୁ 25ତାରିଖ ସକାଳ ଓଳି ପର୍ଯ୍ୟନ୍ତ ବରେହିପାଣିରେ ସର୍ବାଧିକ ୧୭୪ ମିମି ଏବଂ 25 ତାରିଖ ସନ୍ଧ୍ୟା ଠାରୁ 26 ତାରିଖ ସକାଳ ପର୍ଯ୍ୟନ୍ତ 192.278 ମିମି ବର୍ଷା ହୋଇ ଥିବାରୁ ବୁଢାବଳଙ୍ଗ ନଦୀରେ କ୍ରମାଗତ ଭାବରେ ଜଳସ୍ତର ବଢ଼ି ଚାଲିଥିଲା ଏପରିକି ଆଜି ମଧ୍ୟାହ୍ନ ରେ ନଦୀ ପରିପୂର୍ଣ୍ଣ ହୋଇ କିଛି ତଳିଆ ଅଞ୍ଚଳରେ ନଦୀ ଜଳ ପ୍ରବେଶ କରିବାର ଦେଖା ଯାଇଥିଲା ମାତ୍ର ଅପରାହ୍ନ 3ଘଟିକା ପରଠାରୁ କ୍ରମାଗତ ଭାବେ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି. ଏଣୁ ଆଶଙ୍କାରେ ଥିବା ନଦୀ କୁଳିଆ ଅଧିବାସୀ ମାନେ ଅଶ୍ୱସ୍ତ ହୋଇଛନ୍ତି. ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷାର ପରିମାଣ ଉପରେ ଏବଂ ନଦୀ ଗୁଡିକର ଜଳସ୍ତର ଉପରେ ପ୍ରତ୍ୟେକ ଘଣ୍ଟାରେ ନଜର ରଖାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ