ଧୁଙ୍ଗିଆଡି ଛକରେ କାର ବାଇକ୍ ମୁହାଁମୁହିଁ, ବାଇକ୍ ଆରୋହୀ ମୃତ ଜଣେ ଗୁରୁତର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଗୋରୁମହିଷାଣୀ ରାସ୍ତା ସିମିଳିନାଳି ଧୁଙ୍ଗିଆଡି ଛକରେ ଗୁରୁବାର ଦିନ ସଂଧ୍ୟା ସମୟରେ କାର୍ JH.୦୫.AN ୭୫୧୫ ସହିତ ବାଇକ୍ OD.୧୧.H ୩୩୪୩ ଧକ୍କାରେ ବାଇକ୍ ଆରୋହୀ ଜଣକ ମୃତ ଏବଂ ଅନ୍ୟ ଜଣେ ଗୁରୁତର ହୋଇଥିବା  ଘଟଣା ଦେଖିବାକୁ ମିଳିଛି । ମୃତକ ଧର୍ମାନନ୍ଦ ମହାକୁଡ଼, ଏବଂ ଗୁରୁତର ଆଲ୍ଲାନ ମାଝୀ ଙ୍କ ଘର ରେଙ୍ଗଲବେଡା ଗାଁ ଭାଲୁଗାଜେଡି ସାହି ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଧର୍ମା ମହାକୁଡ଼ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଦୁଇଟି ଜବତ କରିବା ସହ ଶୁକ୍ରବାର ଦିନ ମୃତକଙ୍କୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଗୁରୁତର ଆଲ୍ଲାନ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ