ଧୁମାତ ପଂଚାୟତ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବୁଧବାର ସନ୍ଧ୍ୟା ୬ଟା ସମୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ପଂଚାୟତ କାର୍ଯ୍ୟାଳୟ ପରିସରରେ କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ ପ୍ରାଣବଳୀ ଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଧୁମାତ ପଂଚାୟତର ସରପଂଚ ନରହରି ପାଣିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ଶପଥ ପାଠ କରାଯାଇଥିଲା । ରାଜ୍ୟ ବାହାରୁ ଆସିଥିବା ପ୍ରବାସୀମାନଙ୍କ ଯୋଗୁଁ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଆମକୁ ସେମାନଙ୍କୁ ଉପଯୁକ୍ତ ସେବା ଯତ୍ନ ଯୋଗାଇଦେବା ଆବଶ୍ୟକ ବୋଲି ସରପଂଚ ଶ୍ରୀ ପାଣି କହିଛନ୍ତି । ଏହି ଅବସରରେ କରୋନା ପଜିଟିଭମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ସରପଂଚ ଶ୍ରୀ ପାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ