ଧୁମ ଧାମରେ ଚାଲିଛି ଉଦଳା ସରସ୍ବତୀ ମେଳା
ଉଦଳା,(ୱାଇଏନଏସ):ଉଦଳାରେ ଧୂମଧାମ ରେ ପାଳିତ ହେଉଛି ସରସ୍ବତୀ ମେଳା l ମେଳା ପଡିଆ ଲୋକଙ୍କ ଗହଳି ରେ ଦୁଲୁକି ଯାଉଛନ୍ତି, ଦୂର ଦୁରାନ୍ତ ରୁ ଲୋକ ମାନେ ଏହି ମେଳାରେ ଆନନ୍ଦ ହେବା ସହିତ ଦୋଳି ରେ ବସି ବୁଲା ବୁଲି କରି ମଜା ନେଉଛନ୍ତି l ବାଗଦେବୀ ମାଆ ସରସ୍ବତୀ ଙ୍କ ପୂଜାର ଠିକ 4/5 ଦିନ ପରେ ଅନୁଷ୍ଠିତ ହୋଇ ଥାଏ ଏହି ପlରମ୍ପରିକ ଐତିହାସିକ ସରସ୍ବତୀ ବାଣିଜ୍ୟ ମେଳା, l ମେଳା ଏମିତି ଏହିଠାରେ ଲାଗେ ଯେଉଁ ମେଳା ମୟୁରଭଞ୍ଜ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି… ସାରା ଓଡ଼ିଶାରେ ଏକ ମାତ୍ର ବୀଣା ପାଣି ମାଆ ବାଗଦେବୀ ଙ୍କ ମନ୍ଦିର l ଉଦଳା କ୍ଷେତ୍ରରେ ଏହି ଶକ୍ତି ପୀଠ ଅବସ୍ଥିତ .. ମୟୁରଭଞ୍ଜ ଜିଲ୍ଲା ରେ ବlରମାସରେ ତେର ପର୍ବ ପାଳନ ହୋଇ ଥାଏ, ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ଅନେକ ସ୍ଥାନରେ ବିଭିନ୍ନ ପର୍ବ ପର୍ବାଣୀ ସମୟରେ ବେଶ ଧୂମଧାମ ର ସହିତ ମେଳା ମଉଛ ପାଳିତ ହୋଇ ଥାଏ l ସେଥି ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ଉଦଳା ସରସ୍ବତୀ ମେଳା ଅନ୍ୟତମ l ଏହି ମେଳା ଐତିହାସିକ ମେଳା ର ଏକ ସ୍ୱତନ୍ତ୍ର ପରିଚୟ ରହିଛି l ସରସ୍ବତୀ ପୂଜାର କିଛି ଦିନ ପରେ ମେଳା ଆରମ୍ଭ ହୋଇ ଥାଏ ଯେଉଁ ମେଳା ଶିବରାତ୍ରି ପର୍ଯ୍ୟନ୍ତ ଲାଗି ରହିଥାଏ l ଧାଡି ଧାଡି ହୋଇ ମାଳ ମାଳ ଦୋକାନୀ ଆଉ ଭଳିକି ଭଳି ମେଳାରେ ଦୋଳି ଠାରୁ ଆରମ୍ଭ କରି ଅନେକ ପ୍ରକାର ଷ୍ଟଲ ଏହି ମେଳରେ ଲୋକଙ୍କୁ ବେଶ ଆକର୍ଷଣ କରୁଛି l ପ୍ରତି ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ମେଳାରେ ଖୋଚା ଖୋଚ ଲୋକଙ୍କ ଭିଡ ଲାଗିଥାଏ l ସନ୍ଧ୍ୟା ହେଲେ ମେଳାରେ ଆଲୋକ ସlଜସଜ୍ୟ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଛି l ସୋପରିବାର ସହିତ ଦର୍ଶକ ମାନେ ବନ୍ଧୁ ବାନ୍ଧବ ସହିତ ପ୍ରତେକ ବର୍ଷ ଏହି ମେଳାର ମଜା ନେଇ ଥାନ୍ତି ,ପ୍ରତେକ ବର୍ଷ ଏହି ମେଳା ସମସ୍ତଙ୍କୁ ଆକର୍ଷଣ କରି ଏକଜୁଟ କରାଇ ବାରେ ଏକ ଉତ୍କୃଷ୍ଟ ମାଧ୍ୟମ ଏହି ସରସ୍ବତୀ ମେଳା l ଏହିଠାରେ ଅଛି ବୀଣା ପାଣି ମାଆ ବାଗଦେବୀ ସରସ୍ବତୀ ଙ୍କ ମନ୍ଦିର , ସାରା ଓଡ଼ିଶାରେ ଏକ ମାତ୍ର ବାଗଦେବୀ ଙ୍କ ମନ୍ଦିର ମୟୁରଭଞ୍ଜ ପ୍ରଦେଶ ଉଦଳା କ୍ଷେତ୍ରରେ ଅବସ୍ଥିତ ଏହି ମନ୍ଦିର, ଏହି ମନ୍ଦିର ରେ ବହୁ ଦିନରୁ ପୂଜା ପାଇ ଆସୁଛନ୍ତି ବୀଣାପାଣି ଜଗତ ଜନନୀ ବାଗଦେବୀ ମାଆ ସରସ୍ବତୀ l ମାଆଙ୍କ ସବୁଠାରୁ ବଡ ପର୍ବ ସରସ୍ବତୀ ପୂଜା l ଏହି ଅବସରରେ ମାଆ ଙ୍କ ମନ୍ଦିର ଉତ୍ସବ ମୁଖରିତ ହୋଇ ଥାଏ…ହୋମ ଯଜ୍ଞ ନାମ ଅଷ୍ଟପ୍ରହରୀ ସହିତ ମାଆ ଙ୍କ ଉଦେଶ୍ୟରେ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ହୁଏ ଏହି ମେଳା ୧୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ଐହାସିକ ସରସ୍ବତୀ ବାଣିଜ୍ୟ ମେଳା l ମେଳାରେ ସ ପରିବାର ସହିତ ସମସ୍ତେ ମଜlମସ୍ତି କରି ମେଳାର ଭରପୁର ଆନନ୍ଦ ନେଉଥିବା ବେଳେ…ମେଳାରେ ବିଭିନ୍ନ ପ୍ରାନ୍ତରୁ ଦୋକାନୀ ଏବଂ ଦର୍ଶକ ଙ୍କ ଭିଡ ଲାଗିଥାଏ l ମେଳା ପାଇଁ ଏକ ସ୍ୱତନ୍ତ୍ର ଜାଗା ନଥିବା ସାଧାରଣ ରେ ଆଲୋଚନା ର ବିଷୟ ଦେଖିବାକୁ ମିଳିଛି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ ପାଇଁ ଚୂଡାନ୍ତ ପଦକ୍ଷେପ ନେବା ଜରୁରୀ ରହିଛି l