ଧୂଦଡିପାଲି ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଲଷ୍ଟର ସ୍ତରୀୟ ମେଳା ଆୟୋଜିତ
ଜମନକିରା, (ଲିପନ ନାଏକ):ଆଜି ଧୂଡିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ନିପୁଣ ଓଡିଶା ମେଳା ଆୟୋଜିତ ହୋଇଯାଇଛି ।ଏହି ମେଳା ରେ ସି.ଆର.ସିସି ବିକାଶ ରଞ୍ଜନ ପୃସେଠଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବାବେଳେ କ୍ଳଷ୍ଟର ର ପ୍ରତ୍ୟେକ ବିଦ୍ୟାଳୟରୁ ୧୦ ଜଣ ନିପୁଣ ଓଡିଶା ଶିକ୍ଷାର୍ଥୀ ଓ ୧୦ ଜଣ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନ ପ୍ରତିନିଧି ମେମ୍ବର ମାନେ ଯୋଗ ଦେଇଥଲେ। ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମିତ ନାଏକ ସ୍ୱାଗତ କରିଥିଲେ। ତାପରେ ସି. ଆର.ସିସି ଶ୍ରୀ ପୃସେଠ ନିପୁଣ ଓଡିଶା ମେଳାର ଉଦ୍ଦେଶ୍ୟ, କାର୍ଯ୍ୟପନ୍ଥା, ଜାତୀୟ ଶିକ୍ଷାନୀତି -୨୦୨୦, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ଅଭିଭାବକ ମାନଙ୍କୁ ସବିଶେଷ ସୂଚନା ଦେଇଥିଲେ। ତାପରେ ଅଂଶଗ୍ରହଣକାରୀ ମାନେ ସାକ୍ଷରତା ଷ୍ଟଲ, ସଂଖ୍ୟାଜ୍ଞାନ ଷ୍ଟଲ, ସୃଜନଶିଳ କାର୍ଯ୍ୟକଳାପ ଷ୍ଟଲ ପ୍ରଦର୍ଶନ କରିଥିଲେ ଓ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ମେଳାରେ ହେମାଙ୍ଗିନୀ ନାୟକ, ଆରତୀ ବାଘ, ଯଶୋଦା କିସାନ, ନମିତା କିସାନ, ସରୋଜ ମାଝୀ, ଖିରୋଦ ବାଘ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ଭାବରେ ସହଯୋଗ କରିଥଲେ। ସମସ୍ତ ପିଲାଙ୍କୁ ପୁରସ୍କାର ବିତରଣ କରାଯାଇ ମେଳା ଉଦଯାପିତ ହୋଇଥିଲା। ଶିକ୍ଷକ ପଙ୍କଜ କୁମାର ପଟେଲ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।