ଧୂମାତ ଓ ଇନ୍ଦୁପୁର ପଞ୍ଚାୟତରୁ ୧୯୫ ସ୍ୱାବ ନମୁନା ସଂଗ୍ରହ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଧୂମାତ ଓ ଇନ୍ଦୁପୁର ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଇନ୍ଦୁପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଏକ ସ୍ୱାବ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଧୂମାତ ସରପଞ୍ଚ ନରହରି ପାଣି ଓ ଇନ୍ଦୁପୁର ସରପଞ୍ଚ ରୀନା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ୧୯୫ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ରୀକାନ୍ତ ସ୍ୱାଇଁ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଏହି ଶିବିରରେ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହି ଶିବିର ଅନୁଷ୍ଠିତ ହେବା ପାଇଁ ସରପଞ୍ଚ ନରହରି ପାଣି ଜିଲାପାଳ ସମର୍ଥ ବର୍ମାଙ୍କୁ ନିବେଦନ କରିଥିଲେ । ସରପଞ୍ଚ ଶ୍ରୀ ପାଣିଙ୍କ ଅନୁରୋଧ ରକ୍ଷାକରି ଜିଲାପାଳ ସ୍ୱାବ ନମୁନା ଶିବିର କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ ବୋଲି ଶ୍ରୀ ପାଣି ଏହି ଅବସରରେ ସୂଚନା ଦେଇଛନ୍ତି । ଏହି ଶିବିରରେ କୋଭିଡ-୧୯ର ସମସ୍ତ ପ୍ରକାର ନିୟମ ପାଳନ କରାଯାଇଥିଲା ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ମଲ୍ଲିକ ସୂଚନା ଦେଇଛନ୍ତି । ଜିଲାପାଳଙ୍କ ଏହି ସହଯୋଗ ପାଇଁ ସରପଞ୍ଚ ନରହରି ପାଣି ଓ ସରପଞ୍ଚ ରୀନା ମଲ୍ଲିକ ଜିଲାପାଳ ସମର୍ଥ ବର୍ମାଙ୍କୁ କୃତଜ୍ଞତା ଜଣାଇଛନ୍ତି ।


