ଧୂମାତ ପଞ୍ଚାୟତରେ ପୋଖରୀ ଖୋଳା ନାମରେ ମିଥ୍ୟା ବିଲ ହୋଇଥିବା ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଞ୍ଚାୟତରେ ପୋଖରୀ ଖୋଳା ନଯାଇ ମିଥ୍ୟା ବିଲ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଧୂମାତ ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ “ମୋହନା ଯୋରୀ” ନାମରେ ସି.ଏଫ.ସି. ସରକାରୀ ଅନୁଦାନରେ ଏକ ପୋଖରୀ ଖୋଳାଯାଇଥିବା କାଗଜପତ୍ରରେ ଦର୍ଶାଯାଇ ଗତ ଅପ୍ରେଲମାସ ୨୫ତାରିଖରେ ୨ଲକ୍ଷ ୫୦ହଜାର ୪୦୪ଟଙ୍କା ମିଥ୍ୟା ବିଲ କରାଯାଇଥିବା ବେଳେ “ଗଣେଷ ପୋଖରୀ” ନାମରେ ସରକାରଙ୍କ ସି.ଏଫ.ସି. ପାଣ୍ଠିରେ ଅନ୍ୟ ଏକ ପୋଖରୀ ଖୋଳାଯାଇଥିବା କାଗଜପତ୍ରରେ ଦର୍ଶାଯାଇ ଗତ ମାର୍ଚ୍ଚମାସ ୨୭ତାରିଖରେ ୩ଲକ୍ଷ ୬୨ହଜାର ୪୮୭ଟଙ୍କାର ମିଥ୍ୟା ବିଲ ପ୍ରସ୍ତୁତ କରାଯାଇଥିବା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ଏସମ୍ପର୍କରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଆଧାର କରି ବିକାଶ ମଞ୍ଚ ପକ୍ଷରୁ ସଦସ୍ୟ ଦେବାଶିଷ ସ୍ୱାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଳିତ ଭାବରେ ପ୍ରକଳ୍ପ କାର୍ଯ୍ୟ ନକରି ଏଭଳି ମିଥ୍ୟାବିଲ କରିଥିବା ନେଇ ଅଭିଯୋଗ ହୋଇଛି । ଏହିସବୁ ଅନିୟମିତତାର ଆବଶ୍ୟକ ତଦନ୍ତ କରାଯିବା ପାଇଁ ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ