ଧୂମାତ ସେବାଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ସେବାଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ରୋସ୍ନାବାଳା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ପରିଡା ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ପୁଚି, ଫୁଟବଲ, ଭଲିବଲ, କବାଡି ପ୍ରଭୃତି ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୫ତାରିଖରେ ପୁରସ୍କାର ପ୍ରଦାନ କରାଯିବ । ତଫସିଲଭୁକ୍ତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜନ କରିବା ଓ କ୍ରୀଡା ଉପକରଣମାନ କିଣିବା ନିମନ୍ତେ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି । କେନ୍ଦ୍ରାପଡା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ଚନ୍ଦ୍ରକାନ୍ତୀ ବେହେରାଙ୍କ ଉପସ୍ଥିତିରେ କ୍ରୟ କରାଯାଇଥିବା ସୂଚନା ଦିଆଯାଇଛି । ସେବାଶ୍ରମର ଶିକ୍ଷୟିତ୍ରୀ ମଞ୍ଜୁଲତା ବେହେରା, ଶିକ୍ଷକ ବିଭୂତି ଭୂଷଣ ମହାନ୍ତି,ମାଟ୍ରନ ସୁଜାତା ଭୂୟାଁ, ମମତା ଖୁଣ୍ଟିଆ ପ୍ରମୁଖ କ୍ରୀଡା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ