ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଜନସାଧାରଣଙ୍କ ରାସ୍ତା ଅବରୋଧ
ଯୋଡା (ସମୀର କୁମାର ଦାସ) କେନ୍ଦୁଝର ଜିଲା ଯୋଡା ସହର ଉପକଣ୍ଠରେ ଥିବା କମାର ଯୋଡା ତାରିଣୀ ଛକ ଓ ବାଂଶପାଣିଠାରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହୋଇ ସୋମବାର ପୂର୍ବାହ୍ନ ୧୦ ଟା ବେଳେ ଯୋଡା-ବାମେବାରୀ ରାଜ୍ୟ ରାଜପଥ ନଂ -୨କୁ ଅବରୋଧ କରିଥିଲେ । ପ୍ରାୟ ୩ ଘନ୍ଟା ଧରି ଡମ୍ପର ଓ ଟ୍ରକ ସମେତ ଛୋଟ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲ । ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହନଚି ଆନ୍ଦୋଳନକାରୀ ମହିଳା ମାନଙ୍କୁ ବୁଝାସୁଝା କରିଥିଲା । ପରେ ଯଦିଓ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିନେଇଥିଲେ, ହେଲେ ଦାବି କରିଥିଲେ ଯେ, ପ୍ରତିଦିନ ୩ ଥର ଏହି ରାଜପଥରେ ଜଳ ସିଂଚନ କରାଯାଇ ଖଣିଜ ପରିବହନ କରାଯାଉ । ପ୍ରକାଶ ଯୋଗ୍ୟ ଯେ, ଖଣି ଗୁଡିକର ଅବଧି ସରିଯାଉଥିବାରୁ ଖଣିଜ ପରିବହନ ଅହରହ ଚାଲୁଛି । ତେଣେ ରାସ୍ତା ଦୁରବସ୍ଥା ଥିବାରୁ ଧୂଳି ଉଡି ଅଂଚଳବାସୀଙ୍କ ଜୀବନ ଦୁର୍ବିଷହ ହୋଇପଡିଛି ।