ଧୋନୀଙ୍କ ଉପସ୍ଥିତି ଭାରତୀୟ ଦଳ ପାଇଁ ମହତ୍ଵପୂର୍ଣ୍ଣ:ଯୁବରାଜ
୨୦୧୧ ବିଶ୍ଵ କପରେ ପ୍ଲେୟାର ଅଫ ଦ ଟୂର୍ଣ୍ଣାମେଣ୍ଟ ରହିଥିବା ଯୁବରାଜ ସିଂହଙ୍କୁ ଯେବେ ଧୋନୀଙ୍କ ବିଷୟରେ ପ୍ରଶ୍ନ କରାଗଲା,ସେ କହିଲେ ଯେ, ଧୋନୀଙ୍କ କ୍ରିକେଟ୍ ଜ୍ଞାନ ବହୁତ ପ୍ରଖର। ଓ୍ଵିକେଟ୍ ପଛରେ ହେଉ କି ବ୍ୟାଟରେ ସେ ଆଗକୁ ଆସି ଦଳକୁ ବିଜୟୀ କରାଇବାର କ୍ଷମତା ରଖିଛନ୍ତି। ଏହା ସହିତ ସେ ଜଣେ ଅନୁଭବୀ ସଫଳ ଅଧିନାୟକ। ସେ ଯୁବ ଖେଳାଳି ଓ ବିରାଟଙ୍କୁ ସର୍ବଦା ମାର୍ଗଦର୍ଶନ ଦେଇ ଆସୁଛନ୍ତି।
୨୦୦୭ ଓ୍ଵାର୍ଲ୍ଡ ଟି-୨୦ରେ ଏକ ଓଭରରେ ୬ ଛକା ମାରିଥିବା ଯୁବରାଜ କହିଛନ୍ତି ଯେ, ନିଷ୍ପତ୍ତି ନେବା ମାମଲାରେ ପଡିଆରେ ଧୋନୀଙ୍କ ଉପସ୍ଥିତି ବହୁତ ମହତ୍ଵପୁର୍ଣ୍ଣ। ଅଷ୍ଟ୍ରେଲିଆ ଗସ୍ତରେ ସେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେହି ଭଲି ବଲକୁ ହିଟ୍ କରୁଛନ୍ତି ଯେମିତି ପୂର୍ବରୁ ସେ କରୁଥିଲେ। ବିଶ୍ଵ କପ ପାଇଁ ତାଙ୍କୁ ମୁଁ ଶୁଭକାମନା ଜଣାଉଛି।
ଧୋନୀଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍, ଏହି ପ୍ରଶ୍ନରେ ଯୁବରାଜ କହିଛନ୍ତି ଯେ, ଏହି ବିଷୟରେ ଆପଣ ଧୋନୀଙ୍କୁ ପଚାରିବା ଉଚିତ୍ ତାଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍। ଯୁବରାଜ ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ସେ କହିଛନ୍ତି ଯେ ସେ ଅଧିନାୟକ ରୋହିତ ଶର୍ମାଙ୍କ ଉପରୁ ଚାପ କମ୍ କରିବାକୁ ଚେଷ୍ଟା କରିବେ।