ଧ୍ୟାନଚାନ୍ଦଙ୍କୁ ମରଣୋତ୍ତର ଭାରତରତ୍ନ ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଦାବି
କଟକ, (ଯୁଗାବ୍ଦ ନ୍ୟୁଜ):ଭାରତ ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଶିଷ୍ଟ ହକି ଖେଳାଳି ତଥା ହକି ଯାଦୁଗର ଧ୍ୟାନଚାନ୍ଦଙ୍କୁ ମରଣୋତ୍ତର ଭାରତ ରତ୍ନ ଉପାଧିରେ ଭୂଷିତ କରିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ଦାବି କରାଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ପାର୍ଟିର ଏକ ରାଜ୍ୟ କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ସଭାପତି ରମେଶ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଖୁବଶୀଘ୍ର ଧ୍ୟାନଚାନ୍ଦଙ୍କୁ ମରଣୋତ୍ତର ଭାରତରତ୍ନ ଉପାଧିରେ ଭୂଷିତ କରିବା, ୧୦ ବର୍ଷରୁ ଉର୍ଦ୍ଧ୍ୱ ହକି ଖେଳାଳି ମାନଙ୍କୁ ଡ୍ରେସ୍, ବଲ୍ ଓ ହକିଷ୍ଟିକ ଯୋଗାଇ ଦେବା ସହ ୧୫ ବର୍ଷରୁ ଉର୍ଦ୍ଧ୍ୱ ହକି ଖେଳାଳି ମାନଙ୍କୁ ଯୋଗାଇ ଦେବା ସହ ମାସିକ ଏକ ହଜାର ଟଙ୍କା ହକି ପ୍ରୋତ୍ସାହନ ଭତ୍ତା ସହ ଡ୍ରେସ୍, ବଲ୍ ଓ ହକି ଷ୍ଟିକ ଦେବା ପାଇଁ କେନ୍ଦ୍ର ସରକାର ଓ ରଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ଏହି ବୈଠକରେ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।