ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ୪୪ତମ ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ବାଲେଶ୍ୱର : ଦୈନିକ ସମ୍ବାଦ ପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୪୫ ତମ ମାସିକ ସାହିତ୍ୟ ଆସର ଅପରାହ୍ନରେ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କବିତାର ମଧୁରତା ଓ ଭାଷାବିନ୍ୟାସ ପାଠକକୁ ବାନ୍ଧି ରଖିପାରେ । ଏହି ମନୋରମ ମନୋଜ୍ଞ ପରିବେଶ ମଧ୍ୟରେ ସାରସ୍ୱତ ସାଧକମାନେ ନିଜ ନିଜର କବିତା ପାଠ କରିଥିଲେ । ଏଥିରେ ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ମୁଖ୍ୟ ସଂପାଦକ ସୃଷ୍ଟିଧର ପରିଡା ପୌରାହିତ୍ୟ କରିଥିଲେ । ସଂପାଦିକା ସୈରେନ୍ଦ୍ରୀ ସାହୁ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ କୁଞ୍ଜବିହାରୀ ଧଳ, ପ୍ରଫେସର ଡ. ରମାକାନ୍ତ ବେହେରା, ଆଇନଜୀବୀ ତଥା ସାହିିତ୍ୟିକ ବେଣୁଧର ରାଉଳ, ଇଂ ଅଶୋକ କୁମାର ମହାପାତ୍ର ଏବଂ ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶିଶୁ କବୟିତ୍ରୀ ଶ୍ୱେତାଲିପ୍ସା ପ୍ରିୟଦର୍ଶନୀ ଓ କବି ଜୟନ୍ତ କୁମାର ପାଣିଗ୍ରାହୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ମାଝୀ, ଅପର୍ଣ୍ଣା ମହାପାତ୍ର, ଗୀତାଞ୍ଜଳୀ ପାଣିଗ୍ରାହୀ, କଲ୍ୟାଣୀ ନନ୍ଦ, ଶିବ ସାଗର ପାଣିଗ୍ରାହୀ, ଅରୁଣା ରାୟ, ରେଖା ମହାପାତ୍ର, ଝରଣା ଦାସ, କମଳୀନି କାସ୍ତ, ଝରଣା ମଲ୍ଲିକ, ଜୈ÷ସ୍ନା ରାୟ, ପ୍ରତିଲେଖା ଦାସ, ପୁଷ୍ପାରାଣୀ ସେନାପତି, ମମତା ଦାସ, ପିତାମ୍ବର ଦାସ, କୈଳାଶ ଚନ୍ଦ୍ର ଦାସ, ନିରଞ୍ଜନ ଖୁଣ୍ଟିଆ, ଭଗବାନ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ସିଂ, ଶଶୀରଞ୍ଜନ ମଲ୍ଲିକ, କବି କାଳିପଦ ପଣ୍ଡା, କବି କୁମାର ଗୋପାଳ, ତପନ ମିତ୍ର, ପ୍ରଭାକର ସାହୁ, ପ୍ରବୀର କୁମାର କମିଳା, ସୁବାଷ ଚନ୍ଦ୍ର ସ୍ୱାଇଁ, ତୀର୍ଥେଶ ଚନ୍ଦ୍ର ରାୟ ମହାଶୟ, ଜୟନ୍ତୀ ଦେହୁରିଆ, ଅଶୋକ କୁମାର ମହାନ୍ତି, ପ୍ରଭାତ କୁମାର ଆଚାର୍ଯ୍ୟ, ସତ୍ୟପ୍ରିୟ ମହାନ୍ତି, ପରେଶ ରାୟ ମହାଶୟ, ରତନ କୁମାର ଶିଉଳି, ବାସନ୍ତୀ ଦେ, ଗୟାଧର କର, ଜୟନ୍ତ ଋଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ