ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ୪୭ତମ ମାସିକ ସାହିତ୍ୟ ଆସର ଅନୁଷ୍ଠିତ
ବାଲେଶ୍ୱର, (ଜୁଗାବ୍ଦ ନ୍ୟୁଜ୍): ଦୈନିକ ସମ୍ବାଦ ପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୪୭ ତମ ମାସିକ ସାହିତ୍ୟ ଆସର ଅପରାହ୍ନରେ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କବିତା ହେଉଛି ଆତ୍ମଚିନ୍ତନର ବାସ୍ତବ ପରିପ୍ରକାଶ । କବିତାର ମଧୁରତା ଓ ଭାଷାବିନ୍ୟାସ ପାଠକକୁ ବାନ୍ଧି ରଖିପାରେ । କବିତା ଭିତରେ ଜୀବନର ଓ ସମାଜର ସ୍ୱପ୍ନ ଦେଖିବାକୁ ମିଳିଥାଏ ବୋଲି କବିତା ଆସରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ମନୋରମ ମନୋଜ୍ଞ ପରିବେଶ ମଧ୍ୟରେ ସାରସ୍ୱତ ସାଧକମାନେ ନିଜ ନିଜର କବିତା ପାଠ କରିଥିଲେ । ଏଥିରେ ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ମୁଖ୍ୟ ସଂପାଦକ ସୃଷ୍ଟିଧର ପରିଡା ପୌରାହିତ୍ୟ କରିଥିଲେ । ସଂପାଦିକା ସୈରେନ୍ଦ୍ରୀ ସାହୁ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରଫେସର ଡ. ରମାକାନ୍ତ ବେହେରା, ରାଧାରଞ୍ଜନ ପଟ୍ଟନାୟକ, କବି ପ୍ରଶାନ୍ତ ଦାସ, ଶିରୀଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭୟ ଦାସ, ଭାସ୍କର ଚନ୍ଦ୍ର ଦାସ, ଜୁମର ନାଥ ପାତ୍ର, ଡ. ରତ୍ନାକର ସିଂ, ସମର ବଲ୍ଲଭ ଭୋଇ, ପ୍ରଭାତ କୁମାର ଆଚାର୍ଯ୍ୟ, ସୁବାଷ ଚନ୍ଦ୍ର ସ୍ୱାଇଁ, କବି ରବିନ୍ଦ୍ର ବେହେରା, ସ୍ନିଗ୍ଧା ସାମନ୍ତ ରାୟ, ବିଦ୍ୟାଧର ସେଠୀ, ରଞ୍ଜନ କୁମାର ବାଗ୍, ମଧୁସୂଦନ ମାଝୀ, ଗୀତାଞ୍ଜଳୀ ପାଣିଗ୍ରାହୀ, କଲ୍ୟାଣୀ ନନ୍ଦ, ଅରୁଣା ରାୟ, ରେଖା ମହାପାତ୍ର, ଝରଣା ଦାସ, ଝରଣା ମଲ୍ଲିକ, ଜୈ÷ସ୍ନା ରାୟ, ପ୍ରତିଲେଖା ଦାସ, ପୁଷ୍ପାରାଣୀ ସେନାପତି, ମମତା ଦାସ, ପିତାମ୍ବର ଦାସ, କୈଳାଶ ଚନ୍ଦ୍ର ଦାସ, ଭଗବାନ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ସିଂ, ସୁବାଷ ଚନ୍ଦ୍ର ସ୍ୱାଇଁ, ଜୟନ୍ତୀ ଦେହୁରିଆ, ଅଶୋକ କୁମାର ମହାନ୍ତି, ସତ୍ୟପ୍ରିୟ ମହାନ୍ତି, ପରେଶ ରାୟ ମହାଶୟ, ରତନ କୁମାର ଶିଉଳି, ବାସନ୍ତୀ ଦେ, ଗୟାଧର କର, ଜୟନ୍ତ ଋଣା, ଦେବୀକ୍ରିଷ୍ଣା ଦାସ, କଲ୍ୟାଣୀ ନନ୍ଦ, ଝରଣା ଦାସ, ସସ୍ମିତା ନାୟକ, ସୁଧାକର ସେଠୀ, କୃଷ୍ଣା ପ୍ରଧାନ, ଶାନ୍ତନୁ କୁମାର ପଟ୍ଟନାୟକ, ଯୋଗେନ୍ଦ୍ର ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ଜେନା, ରାଜେଶ ଗିରି, ରଣଜିତ୍ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ ।