ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ୫୦ତମ ମାସିକ ସାହିତ୍ୟ ଆସର ଅନୁଷ୍ଠିତ
ବାଲେଶ୍ୱର,: ଦୈନିକ ସମ୍ବାଦ ପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୫୦ତମ ମାସିକ ସାହିତ୍ୟ ଆସର ଅପରାହ୍ନରେ ହୋଟେଲ କଳିଙ୍ଗ ପରିସରରେ ଅନୁଷ୍ଠିତ ହେବା ସହ ସାଗରିକାର ପୂଜା ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏଥିରେ ବରେଣ୍ୟ ଅତିଥି ଭାବେ ସଦର ବିଧାୟକ ମଦନ ମୋହନ ଦତ୍ତ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସାଗରିକା ପରିବାରର ସୁବର୍ଣ୍ଣ ଶ୍ରୀ ପ୍ରକାଶନର ମୁଖ୍ୟ କାଳିପଦ ପଣ୍ଡା ଏବଂ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରମାକାନ୍ତ ସିଂ ପ୍ରମୁଖ ଯୋଗ ଦେଇ ସାଗରିକା ପୂଜା ସଂଖ୍ୟାର ଉନ୍ମୋଚନ କରିଥିଲେ । କବିତାର ମଧୁରତା ଓ ଭାଷାବିନ୍ୟାସ ପାଠକକୁ ବାନ୍ଧି ରଖିପାରେ । ସାମ୍ପ୍ରତିକ ସମାଜରେ ଏକ ସାହିତ୍ୟ ପତ୍ରିକା ପ୍ରକାଶ କରିବାର ଦୂରୁହ ସମସ୍ୟାକୁ ଅବତାରଣା କରିବା ସହିତ ଧୈର୍ଯ୍ୟ ଓ ନିଷ୍ଠା ମନୁଷ୍ୟକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିବାର ଦୃଷ୍ଟାନ୍ତ ‘ସାଗରିକା’ ପ୍ରକାଶନରେ ଦେଖିବାକୁ ମିଳିଛି । କବିତା ସାହିତ୍ୟିକର ମନକୁ ଛୁଇଁ ପାରିଲେ କବିତା ଲେଖିବାର ସାର୍ଥକତା ମିଳିବା ସହ କବିତା ହେଉଛି ଅନୁଭୂତିର ସ୍ୱର ବୋଲି ଅତିଥିମାନେ ବକ୍ତବ୍ୟରେ କହିଥିଲେ । ‘ସାଗରିକା’ର ସଂପାଦିକା ସୈରେନ୍ଦ୍ରୀ ସାହୁ ପୌରାହିତ୍ୟ କରିଥିଲେ । ଦୈନିକ ସମ୍ବାଦପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ‘ସାଗରିକା’ର ମୁଖ୍ୟ ସଂପାଦକ ସୃଷ୍ଟିଧର ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଡ. ଅରବିନ୍ଦ ଗିରି, ଆଇନଜୀବୀ ଓ ସମାଜସେବୀ ବେଣୁଧର ରାଉଳ ସାଗରିକା ପତ୍ରିକା ଉପରେ କଥା ରଖିଥିଲେ । ଏହି ମନୋରମ ମନୋଜ୍ଞ ପରିବେଶ ମଧ୍ୟରେ ସାରସ୍ୱତ ସାଧକମାନେ ନିଜ ନିଜର କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ରମାକାନ୍ତ ବେହେରା, ରଞ୍ଜନ ବାଗ୍, ଦେବାଶିଷ ସିଂ, ଗୌରଗୋପାଳ ଦେ, ଅବନ୍ତି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସିଂ, ବେଣୁଧର ପାଳ, ଶଶାଙ୍କ ଶେଖର ଦତ୍ତ, ଗଙ୍ଗାଧର ବିଶ୍ୱାଳ, କୁଞ୍ଜବିହାରୀ ଧଳ, ନିର୍ମଳା ମହାନ୍ତି, ଅଞ୍ଜଳୀ ପଣ୍ଡା, ହରିଶ ଚନ୍ଦ୍ର ବେହେରା, ପ୍ରଭାତ କୁମାର ଆଚାର୍ଯ୍ୟ, ଅର୍ଚ୍ଚନା ନନ୍ଦୀ, ଡ. ପ୍ରହ୍ଲାଦ ମହାନ୍ତି, ଶୁଭଙ୍କର ମହାପାତ୍ର, ଦିଲ୍ଲୀପ କୁମାର ବେହେରା, ଜ୍ୟୋସ୍ନା ରାୟ, ଅଶୋକ କୁମାର ନାୟକ, ପ୍ରଭାକର ସାହୁ, ଜୁମର ନାଥ ପାତ୍ର, ଶାନ୍ତନୁ କୁମାର ପଟ୍ଟନାୟକ, ସୁନୀଲ କୁମାର ପଣ୍ଡା, ଚକ୍ରଧର ଦାସ, ଭଗବାନ ମହାପାତ୍ର, ରାଧାକାନ୍ତ ଦାସ, ଗଗନ କୁମାର ସେଠୀ, ତୁଷାରକାନ୍ତି ମହାପାତ୍ର, ପଦ୍ମୋଲଚନ ପ୍ରଧାନ, ପରେଶ ରାୟ ମହାପାତ୍ର, ଭଗବାନ ଚନ୍ଦ୍ର ଦାସ, ସୁଧାକର ସେଠୀ, ବିଦ୍ୟାଧର ସେଠୀ, ଡ. ରତ୍ନାକର ସିଂ, ମହମ୍ମଦ ଈନାୟତ୍ ଅଲ୍ଲୀ ଖାଁ, ମଧୁସୁଦନ ମିଶ୍ର, ସୁବାଷ ସ୍ୱାଇଁ, ଅରୁଣ କୁମାର ପାଢୀ, ଶ୍ରୁତି ଶୈଳଦା, କୈଳାଶ ଚନ୍ଦ୍ର ଦାସ, ପ୍ରଶାନ୍ତ ମହାରଣା, ରବିନ୍ଦ୍ର ବେହେରା, ଅରୁଣା ରାୟ, ବାସନ୍ତୀ ଦେ, ଗୟାଧର କର, ଜୟନ୍ତ ଋଣା, ରଣଜିତ୍ କୁମାର ବେହେରା, ଝରଣା ମଲ୍ଲିକ, କଲ୍ୟାଣୀ ନନ୍ଦ, ପୁଷ୍ପାରାଣୀ ସେନାପତି, ପ୍ରିୟଦର୍ଶିନୀ ମହାନ୍ତି, ମନସ୍ୱନୀ ଦେବୀ, ପୁଷ୍ପାଞ୍ଜଳୀ ନାୟକ, ବିଶ୍ୱନାଥ ରଣା, ଡ. ସନାତନ ଦାସ, ତୀର୍ଥେଶ ଚନ୍ଦ୍ର ରାୟମହାଶୟ, ମଦନ ମୋହନ ଦାସ, ପ୍ରତାପ ଚନ୍ଦ୍ର ନାୟକ, ଶୁଭମ କୁମାର ପରିଡା, ଗୌରାଙ୍ଗ ଚନ୍ଦ୍ର ଦାସ, ବେଣୁଧର ସାହୁ, ପଦ୍ମୋଲଚନ ଦତ୍ତ, ଝରଣା ଦାସ, ସମୋନାଥ ନାୟକ, ପିତାମ୍ବର ଦାସ, ସମର ବଲ୍ଲଭ ଭୋଇ, ଜୋଗେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।