ନଈରୀ ଲୀଳାକ୍ଷେତ୍ର

ଚିଲିକାକୁ ଚାହିଁ ଚକିତ ନଈରୀ
ଡଙ୍ଗାରେ ଆସନ୍ତି ଶ୍ରୀକ୍ଷେତ୍ରବିହାରୀ ।
କି ପୂଣ୍ଯ ଅର୍ଜିଛି କେଉଁ ତପ ବଳେ
ଲୀଳାକ୍ଷେତ୍ର ହେବ ନଈରୀର କୂଳେ ।
ଶ୍ରୀକ୍ଷେତ୍ରକୁ ଛାଡି ପ୍ରଭୁ ଦାରୁବ୍ରହ୍ମ
ନଈରୀରେ କଲେ ଶ୍ରୀଗୁଣ୍ଡିଚା ଭ୍ରମ ।
ନଈରୀର ଦାଣ୍ଡ ବଡଦାଣ୍ଡ ହଲା
ତିନି ଠାକୁରଙ୍କ ପହଣ୍ଡି ଚାଲିଲା ।
ଶଗଡିରେ ଚଢି ଚତୁର୍ଦ୍ଧାମୂରତି
ବିଧିମତେ ହେଲା ରଥଯାତ୍ରା ନୀତି ।
ଗ୍ରାମ ପୂର୍ବ ଦିଗେ ବଟ ବୃକ୍ଷ ମୂଳେ
ଗୁଣ୍ଡିଚା ମନ୍ଦିରେ ବିଶ୍ରାମ କରିଲେ ।
ବଡ ଶିଳାଖଣ୍ଡ ପାହାଡରୁ ତାଡି
ଗୁଣ୍ଡିଚା କୂଅକୁ ଦିନକରେ ଗଢି ।
ନିର୍ମଳା ଝରର ମଧୂର ଜଳରେ
ନିତି ପୂଜା ହରିଶ୍ବର ମଣ୍ଡପରେ ।
ହରିହରେଶ୍ବର ମନ୍ଦିର ବେଢାରେ
ଲୀଳାକ୍ଷେତ୍ର କଲେ ରହି ଗୋପନରେ ।
ପ୍ରାୟ ଆଠ ମାସ ଗୁପ୍ତ ଲୀଳାକରି
ତିନି ମାସ ଲୀଳା କାଙ୍କଣଶିଖରୀ ।
ତେଣେ ଗଜପତି ରାମଚନ୍ଦ୍ର ଦେବ
ବାରବାଟି ଦୁର୍ଗେ ଦୁଃଖ ବନ୍ଦି ଭୋଗ ।
ତକି ଖାଁ ତାଙ୍କୁ ଯୁଦ୍ଧରେ ହରାଇ
ନିର୍ଯାତନା ଦିଏ ଦୁର୍ଗରେ ପୁରାଇ ।
ପୁତ୍ର କୃଷ୍ଣ ରାୟ ଲୋଡି ସର୍ବ ମତ
ନଈରୀରେ କରିଥିଲେ ରଥଯାତ ।
ପ୍ରଭୁ ଲୀଳାମୟ ଶ୍ରୀକ୍ଷେତ୍ରବିହାରୀ
ଲୀଳାକଲେ ତାଙ୍କୁ କେ ପାରିବ ଧରି ।
ମଦଳା ପାଞ୍ଜିରେ ଏ ସର୍ବ ଲିଖିତ
ବାଣପୁରର ନଈରୀ ଲୀଳାକ୍ଷେତ୍ର ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ