ନକଲି କେଶକୁ ଦେଖି ସାପ ଭାବି ଚିଲାଇଲେ ମହିଳା

ନୂଆଦିଲ୍ଳୀ: ଯଦି ଆପଣ ଆପଣଙ୍କ ସାମ୍ନାରେ ଏକ ସାପ ପଡ଼ିଥିବାର ଦେଖନ୍ତି ତେବେ କିପରି ପ୍ରତିକ୍ରିୟା ଦେବେ? ଭୟଭୀତ ହୋଇଯିବେ ନିଶ୍ଚୟ । ଫତିମା ଦାଉଦ ନାମକ ମହିଳା ମଧ୍ୟ ସେପରି ଭୟଭୀତ ହୋଇ ଚିକ୍ରାର କରି ଉଠିଲେ । ମାତ୍ର ବାସ୍ତବରେ ସେ ସାପକୁ ନ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ଫତିମା ତାଙ୍କ ସାମ୍ନାରେ ଜଣେ ମହିଳାଙ୍କ ଟିଆସିଲ୍(ନକଲି କେଶ) ପଡ଼ିଥିବାର ଦେଖି ସାପ ଭାବି ଚିକ୍ରାର କରି ଉଠିଥିଲେ । ମହିଳା ଜଣଙ୍କ ଅ·ନକ ତାହାକୁ ସାପ ବୋଲି ଭାବି ଏକ ପିଲାଟି ପରି ଚିଲାଇଥିଲେ । ମହିଳା ଜଣଙ୍କ ଦେଖିଥିବା ନକଲି କେଶର ଫଟୋକୁ ଫେସ୍ବୁକ୍ରେ ସେୟାର କରି ଫେସ୍ବୁକ୍ରେ ଜଣେ ବୟସ୍କା ମହିଳାଙ୍କୁ କ୍ଷମା ମାଗିଛନ୍ତି । ସେ ଚିଲାଇ ଉଠିବାରୁ ପାର୍କିଂରେ ଥିବା ବୟସ୍କ ମହିଳା ଜଣଙ୍କ ଚମକି ପଡ଼ିଥିଲେ । ମହିଳାଙ୍କର ଏହି ପୋଷ୍ଟ୍ଟି ଏବେ ଫେସ୍ବୁକ୍ରେ ଭାଇରାଲ୍ ହେବାରେ ଲାଗିଛି । ପୋଷ୍ଟ୍ଟିକୁ ଅନେକ ଲୋକ ସେୟାର କରିଥିବାବେଳେ ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । କେହି କେହି ପୋଷ୍ଟ୍ଟିକୁ ଦେଖି ହସି ହସି ବେଦମ ହୋଇଥିବାବେଳେ ଆଉ କେହି ମହିଳାଙ୍କ ଦୃଷ୍ଟିଶକ୍ତିକୁ ନେଇ ମଜାକିଆ କମେଣ୍ଟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ