ନକଲି କୋଭିଡ଼ ମେଡ଼ିସିନ୍ କାରବାର ମାମଲାର ତଦନ୍ତ କରିବ ଇଡି
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟରେ ନକଲି କୋଭିଡ଼ ମେଡ଼ିସିନ୍ ଜବତ ଘଟଣାର ତଦନ୍ତ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) । ଇଡି ବେଆଇନ ଅର୍ଥ କାରବାରର ତଦନ୍ତ କରିବ । ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂରେ ମାମଲା ରୁଜୁ କରିଛି ଇଡ଼ି । କିଛି ମାସ ତଳେ ମୁଖ୍ୟ ଅଭିଯୁକ୍ତ ତଥା ମେଡିଲଏଡ ମେଡିକାମେଂଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶିବ ଜେନାକୁ ଗିରଫ କରିଥିଲା କ୍ରାଇମବ୍ରାଂଚ ଏସଟିଏଫ । ଅଭିଯୋଗ ଓ ପ୍ରମାଣ ଆଧାରରେ ଶିବଙ୍କ ପତ୍ନୀ ତଥା ମେଡିଲଏଡ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଓ କମ୍ପାନି ଅନ୍ୟ ଦୁଇ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଗୋଟିଏ ଷ୍ଟ୍ରିଫ୍ ଫାଭି-ମାକ୍ସ ଔଷଧକୁ ମାତ୍ର ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଓଡିଶାରେ ବିକ୍ରି କରିବାକୁ ଯୋଜନା କରିଥିଲା ମେଡିଲଏଡ କମ୍ପାନି ।