ନକଲି ଖଇନି କାରଖାନା ଠାବ

ନବରଙ୍ଗପୁର ସହରରେ ନକଲି ଖଇନି କରାଖାନା ଠାବ କରିଛି ନବରଙ୍ଗପର ପୁଲିସ । ମିଳିଥିବା ସୂଚନା ଅନୁସାରେ ଜୁନାଗଡ ସହରର ବନଦୁର୍ଗା ନାମକ ଖଇନି ଉତ୍ପାଦନ କାରୀ କମ୍ପାନୀ ଦିର୍ଘ ଦିନଧରି ଏହାକୁ ଚଲାଇ ଆସୁଥିଲା । କିନ୍ତୁ ବିଗତ କିଛିଦିନ ଧରି କମ୍ପାନୀ ବ୍ୟବସାୟୀରେ ଅନେକ ଅସୁବିଧା ଦେଖାଦେବା ସହିତ ବହୁତ ଆର୍ଥିକ କ୍ଷତି ସହିବାକୁ ପଡୁଥିଲା । କାହିଁକି ନିଜ ବ୍ୟାବସାୟ କମିଛି ବୋଲି ସେନେଇ ନିଜ ସ୍ତରରେ ତଦନ୍ତ ଆରମ୍ଭ କରିଥିଲେ ତଦନ୍ତ କରୁକରୁ ଜଣାପଡିଲା ଯେ, ନବରଙ୍ଗପୁର ସହରର ଇଚ୍ଛାବତୀଗୁଡା ସାହିରେ ଜଣକ ଭଡାଘରେ ନକଲି ଖଇନି ପ୍ରସ୍ତୁତ ହେଉଥିବା ଖବର ଜାଣିବାକୁ ପାଇଥିଲେ । ଯାହାକୁ ନେଇ ସେ ନବରଙ୍ଗପୁର ପୋଲିସ ଷ୍ଟେସନରେ ଏତଲା ଦେବାପରେ । ଏତଲା ଆଧାରରେ ପୋଲିସ ସହରର ଇଚ୍ଛାବତୀଗୁଡା ସ୍ଥିତ ସମ୍ପୃକ୍ତ କମ୍ପାନୀରେ ପୋଲିସର ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଦୀର୍ଘଦିନ ଧରି ଚାଲୁଥିଲା ଏହି କାରଖାନା ସମ୍ବନ୍ଧରେ ପୋଲିସ ଜାଣିବାକୁ ପାଇଥିଲେ । ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ଖଇନି ଜବତ ସହ ଖଇନି ପ୍ରସ୍ତୁତ ସାମଗ୍ରୀ ଓ ମେସିନ ଜବତ କରିଛି ପୋଲିସ । ଚଢ଼ାଉ ସମୟରେ କାରଖାନା ମାଲିକ ଫେରାର ରହିଥିବା ବେଳେ କମ୍ପାନୀରେ କାର‌୍ୟ୍ୟରତ ଜଣେ ଶ୍ରମିକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଲାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ