ନକଲି କ୍ଷୀର
ଆଜିକାଲି ଲୋକେ ଖିରର ଖବର ପାଇ ବେଶ୍ ବିବ୍ରତ ହୋଇପଡ଼ୁଛନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସମସ୍ତଙ୍କର ଅଧିକାର ରହିଛି ଖିର ଅସଲି ନା ନକଲି, ତାହା ପରଖିବା । କିଛି ଦିନ ହେଲା ଲଗାତାର ଖବର ଆସୁଛି, ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରି ବିପୁଳ ମାତ୍ରାରେ ନକଲି ଖିର ଠାବ କରୁଛି । ଯେ କୌଣସି ଖିର ବା ଦହି ପ୍ୟାକେଟ୍ ଦେଖିଲେ ଜଣାପଡ଼େନାହିଁ, ତାହା ଅସଲି ନା ନକଲି । ଯଦି ଆପଣ ଏହି ସମସ୍ୟାର ପ୍ରତିକାର ଚାହାନ୍ତି, ତେବେ ନିମ୍ନୋକ୍ତ ଉପାୟ ଅବଲମ୍ବନ କରନ୍ତୁ ।
ସର୍ବପ୍ରଥମେ ଖିରକୁ ଆଘ୍ରାଣ କରନ୍ତୁ । ଯଦି ସେଥିରୁ ସାବୁନ୍ ପରି କିଛି ବାସ୍ନା ଆସୁଛି, ତେବେ ନିଶ୍ଚିତ ହୁଅନ୍ତୁୂ ଯେ ଏହା ନକଲି ଖିର । ନିଜ ହାତ ଚକିରେ ଟିକେ ଖିର ନେଇ ଚାଖନ୍ତୁ । ଯଦି ଖିର ସାମାନ୍ୟ ମିଠା ଲାଗେ, ତେବେ ନିଶ୍ଚିତ ହୁଅନ୍ତୁ ଯେ ତାହା ଅସଲି ବୋଲି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅସଲି ଖିରକୁ ଗରମ କରିବା ପରେ ତାହାର ରଙ୍ଗ ଆହୁରି ଧଳା ହୋଇଯିବ । ମାତ୍ର ନକଲି ଖିର ହୋଇଥିଲେ ତାହାର ରଙ୍ଗ ସାମାନ୍ୟ ହଳଦିଆ ହୋଇଯିବ । ଗରମ ନକରି ସେମିତି କିଛି ସମୟ ରଖିଦେଲେ ନକଲି ଖିରର ରଙ୍ଗ ସାମାନ୍ୟ ହଳଦିଆ ହୋଇଯାଏ । ସେଥରୁ ଆପଣ ଅସଲି, ନକଲି ଚିହ୍ନଟ କରିପାରିବେ । ଅସଲି ଖିରକୁ ସାମାନ୍ୟ ହାତରେ ଲଗାଇଲେ ଖଦଡ଼ ଅନୁଭୂତ ହେବ । ହାତକୁ ଏକ୍ଦମ୍ ଚିକ୍କଣ ଲାଗୁଥିଲେ, ତାହା ନକଲି ବୋଲି ନିଶ୍ଚିତ ହୁଅନ୍ତୁୂ । ଖିରକୁ ଏକ ବୋତଲରେ ପୂରାଇ ଜୋର୍ରେ କିଛି ସମୟ ହଲାନ୍ତୁ । ଯଦି ଅଧିକ ଫେଣ ହେବ, ତେବେ ନିଶ୍ଚିତ ହୁଅନ୍ତୁ ଯେ, ତାହା ନକଲି ।


