ନକଲି ନୋଟ୍ ଛପା ମେସିନ୍, ୫ ମୋବାଇଲ୍ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଅପହରଣ ଓ ନକଲି ନୋଟ୍ ଛପା ମେସିନ୍ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିବା ସହ ମେସିନ୍ ସମେତ ୫ ମୋବାଇଲ ଫୋନ୍ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେଲିଢିଅପାଟଣା ଗ୍ରାମର ଦୀପକ ବେହେରା (୨୧), ୧), ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶଥାନା ଅନ୍ତର୍ଗତ ବଡଖୂଙ୍ଗା ଗ୍ରାମର କାଳୀରାଜ ମାଳୀ (୩୪),ପାରଳାଖେମୁଣ୍ଡି ଶାନ୍ତି ନଗରର ଚୈତନ୍ୟ ମାଳୀ (୩୪) ଓ ଶିବାଜୀ ମାଳୀ (୬୧) । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର  ଭୂପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେକେସିଂ ଗ୍ରାମର ପରିଚ୍ଛା ଲିମ୍ମାଙ୍କୁ କିଛି ମାଙ୍କୁ କିଛି ଲୋକ ଅପହରଣ କରି ନେଇଥିବା ଗତ ମାସ ୨୪ ତାରିଖ କାଳ ୮ଘଣ୍ଟା ସମୟରେ ତାଙ୍କର ପତ୍ନୀ ମିନି ଲିମ୍ମାଙ୍କୁ ଫୋନ୍ ଆସିଲା । ସେଦିନ ରାତ୍ର ୮ ଘଣ୍ଟା ସମୟରେ ତାଙ୍କ ସ୍ବାମୀ ଫୋନରେ ପାରଳାସାହିର ୭ଜଣ ତାଙ୍କୁ ଅପହରଣ କରିନେଇଛନ୍ତି ଏବଂ ୩୦ ଲକ୍ଷ ଟଙ୍କା ଦେଲେ ଛାଡିବେ ବୋଲି କହିଥିଲେ। ଅପହରଣକାରୀଙ୍କ ଦାବି ପ୍ରକାରେ ୬ ଲକ୍ଷ ଟଙ୍କା “ଫୋନ୍-ପେ’ ଜରିଆରେ ସ୍ତ୍ରୀ ପଠାଇଥିଲେ। ପରେ ପରିଚ୍ଛା ଲିମ୍ମାଙ୍କ ପତ୍ନୀ ମିନି ଲିମ୍ମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ | ପୁଲିସ ପିରିଚ୍ଛା ଲିମ୍ମାଙ୍କୁ ଚିଲିକାର ଏକ ଲଜ୍‌ରୁ ଉଦ୍ଧାର କରିବା ସ‌ହ ସେଠାରୁ ଟିଣ ବକ୍ସରେ ବୈଦ୍ୟୁତିକ ସାମଗ୍ରୀ, ଇଲେକ୍ଟ୍ରୋ ଲେକ୍ଟ୍ରୋନିକ୍ସ ମୋଟର, ରବର ରୋଲର୍, ସୁଇଚ୍ ଲାଇଟ୍ ଲାଗିଥିବା ନୋଟ୍ ଛାପିବା ମେସି ସମେତ ୫ଟି ମୋବାଇଲ ଫୋନ୍ ଜବତ କରିଥଲା. ଏନେଇ ପାରଳାଖେମୁଣ୍ଡି ଥାନାରେ ଏସ୍‌ଆଇ ଚନ୍ଦ୍ରକାନ୍ତ ପ୍ରଧାନ ଏକ ମାମଲା ରୁଜୁ କରିଛି ପୁଲିସ | ଏହି ମାମଲାର ତଦନ୍ତ କରୁଥିବାର ଥାନା ଅଧିକାରୀ ଶ୍ରୀ ଭୂପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ