ନକଲି ନୋଟ କାରବାର,୬ ଗିରଫ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌) :ଯାଜପୁର ରୋଡ ପୋଲିସକୁ ସଫଳତା । ନକଲି ନୋଟ କାରବାରରେ ଲିପ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପୋଲିସ ୪ଲକ୍ଷ ୭୭ ହଜାର ନକଲି ନୋଟ ,କଲର ପ୍ରିଣ୍ଟର,ମୋବାଇଲ ଓ ବାଇକ ଜବତ କରିଛି । ଯାଜପୁର ରୋଡ ଅଞ୍ଚଳରେ ନକଲି ନୋଟ କାରବାର ହେଉଥିବା ପୋଲିସ ସନ୍ଦେହ କରିଥିଲା । ଏନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଦାନଗଦି ହାଟରୁ ଏହି କାରବାରରେ ଲିପ୍ତ ୨ ଜଣକୁ ଗିରଫ କରିଥିଲା । ପରେ ଏଥିରେ ସମ୍ପୃକ୍ତ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏହି ଜାଲ ନୋଟ କାରବାର କେତେଦୂର ଲମ୍ବିଛି ପୋଲିସ ତାହାର ତଦନ୍ତ କରୁଛି ବୋଲି ଯାଜପୁର ଏସପି ଚରଣ ସିଂ ମୀନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ