ନକଲି ବନ୍ଧୁକ ଦେଖାଇ ଟ୍ରକରୁ ଲୁଟ୍ ଉଦ୍ୟମ , ଜଣେ ଗିରଫ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର ଲକ୍ଷ୍ମୀ ପଡିଆଠାରେ ଖେଳନା ବନ୍ଧୁକ ଦେଖାଇ ଟ୍ରକ ଡ୍ରାଇଭରଠାରୁ ଲୁଟ୍ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି । ଯୋଡାଥାନା ଏସଆଇ ବିଶ୍ୱଜିତ ବେହେରାଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଯୋଡା ଆଜାଦ ବସ୍ତିରେ ରହୁଥିବା ମନୋଜ ପାତ୍ର ନାମକ ଯୁବକ ଏକ ହିରୋ ସିଡି ଡିଲକ୍ସ ବାଇକରେ ଆସି ଉକ୍ତ ଲକ୍ଷ୍ମୀ ପଡିଆଠାରେ ଠିଆ ହୋଇଥିବା ଏକ ଟ୍ରକ ଡ୍ରାଇଭରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ ଉଦ୍ୟମ କରୁଥିଲେ । ଏଥିରେ ଟ୍ରକ ଡ୍ରାଇଭର ଚିତ୍କାର କରିବାରୁ ନିକଟରେ ଥିବା ଅନ୍ୟ ଟ୍ରକ ଡ୍ରାଇଭର ମାନେ ଆସି ଯୁବକ ମନୋଜ ପାତ୍ରକୁ କାବୁ କରିନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ ଘଟଣାସ୍ଥଳରେ ପହନଚି ଅଭିଯୁକ୍ତ ମନୋଜ ପାତ୍ରକୁ ଗିରଫ କରିବା ସହିତ ସେ ବ୍ୟବହାର କରିଥିବା ବାଇକକୁ ଜବତ କରିଛି । ତଦନ୍ତରୁ ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକଟି ଖେଳନା ବନ୍ଧୁକ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଯୋଡା ଥାନା କେଶ୍ ନଂ ୧୩୬/୧୯ ଦଫା ୩୯୩ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ