ନକଲି ସାଟିଫିକେଟ ଦେଇ ଚାକିରୀ କରିଥିବା ଯବାନଙ୍କୁ କାରାଦଣ୍ଡାଦେଶ
ନିମାପଡା, (ସନ୍ତୋଷ ଦାଶ):ଜାଲ ସାର୍ଟିଫିକେଟ ଦେଇ ସି. ଆର.ପି.ଏଫ ରେ ଯବାନ ଭାବେ ଚାକିରି କରିବା ଜନୈକ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।ଏହି ଅଭିଯୋଗରେ ଅଶୋକ/ସୁଧୀର/ଚଗଲି ବେହୁରାଙ୍କୁ ନିମାପଡାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନା ଅନୁଯାଇ ବିଜିପୁର ଗ୍ରାମର କୈଳାଶଚନ୍ଦ୍ର ମହାନ୍ତି ନିମାପଡା ଥାନାରେ ଅଶୋକ ବେହେରା ଙ୍କ ନାମରେ ଅଭିଯୋଗ କରିଥିଲେ ଯେ, ଅଶୋକଙ୍କ ପ୍ରକୃତ ନାମ ଅଶୋକ ବେହୁରା(ଚଗଲି)।ସେ ତାଙ୍କ ନାମ ଲୁଚାଇ ସୁଧୀର କୁମାର ବେହୁରା କରି ଦିଘାଳୋ ର ନୀଳକଣ୍ଠେଶ୍ଵର ହାଇସ୍କୁଲ ରେ ପଢ଼ୁଥିବାର ଏକ ଜାଲ ସାର୍ଟିଫିକେଟ ଦେଇ ସିଆରପିଏଫରେ ଚାକିରି କରିଥିଲେ।ଉକ୍ତ ଅଭିଯୋଗକୁ ଭିତ୍ତିକରି ନିମାପଡା ଥାନାରେ ମାମଲା ହୋଇଥିବା ସହ ତତ୍କାଳୀନ ପୋଲିସ ଅଧିକାରୀ ତଦନ୍ତ କରି ଜାଣିପାରିଥିଲେ ଅଶୋକ ବେହୁରା ନିମାପଡା ହାଇସ୍କୁଲରେ ପଢୁଥିଲେ ଯାହା ଅଶୋକ ଆଉ ସୁଧୀର ଏକ ଲୋକ ବୋଲି ଜଣାପଡିଥିଲା।ଏହି ଘଟଣାରେ ବିଚାରପତି ବ୍ରଜେଶ ମିଶ୍ର ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତିକରି ଅଶୋକ ବେହୁରା(ଚଗଲି)ଦିଘାଳ ହାଇସ୍କୁଲର ଜାଲ ସାଟିଫିକେଟ ଆଧାରରେ ନାମ ବଦଳାଇ ଚାକିରି କରି ଭାରତ ସରକାରଙ୍କୁ ଠକି ଟଙ୍କା ଆତ୍ମସାତ କରୁଥିବା ଆସାମୀକୁ ଦୋଷୀ ସାବ୍ୟସ୍ତ କରି ଦଫା ୪୧୯ ରେ ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜୋରିମାନା ଓ ଅନାଦେୟରେ ୩ ମାସ ସଶ୍ରମ କାରାଦଣ୍ଡାଦେଶ,ଦଫା ୪୨୦ ରେ ୩ ବର୍ଷ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜୋରିମାନା ଓ ଅନାଦେୟରେ ୩ ମାସ କାରାଦଣ୍ଡ,ଦଫା ୪୬୮ରେ ୩ ବର୍ଷ କାରାଦଣ୍ଡ,୫୦୦୦ ଟଙ୍କା ଜୋରିମାନା ଅନାଦେୟରେ ୩ ମାସ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।ମାମଲାକୁ ସରକାରଙ୍କ ପକ୍ଷରୁ ବ୍ରହ୍ମାନନ୍ଦ ପ୍ରଧାନ ପରିଚାଳନା କରୁଥିଲେ। ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


