ନକଲି ସୁନା ଦେଇ ଠକିନେଲେ ଏକଲକ୍ଷ ଟଙ୍କା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ମାଳଦା ବଜାର ସ୍ଥିତ ଏକ ସୁନାଦୋକାନୀ ଠକାମୀର ଶିକାର ହୋଇଥିବା ଜଣାପଡିଛି । କିଛିଦିନ ପୂର୍ବରୁ ନିକଟ ରହଣିଆ ଗ୍ରାମର ଜନୈକ ବ୍ୟକ୍ତି ଦୁଇଜଣଙ୍କୁ ସାଙ୍ଗରେ ଧରି ଦୋକାନକୁ ଆସିଥିବାବେଳେ ସେଠାରେ ସୁନା ଅଳଙ୍କାର ବିକ୍ରୟ କରିବେ ବୋଲି କହିଥିଲେ । ଏହା ସହିତ ସାଙ୍ଗରେ ଆଣିଥିବା ଅଳଙ୍କାରକୁ ମଧ୍ୟ ସୁନାଦୋକନୀକୁ ଦେଖାଇଥିଲେ । ପରେ ଠକମାନେ ସେଠାରୁ ଚାଲିଯାଇଥିବାବେଳେ ଗତ ମଙ୍ଗଳବାର ଦିନ ପୁଣି ଦୋକାନକୁ ଆସି ଏକ ସୁନା ଅଣ୍ଟାକଟି ବିକ୍ରୟ କରିଥିଲେ । ଅଳଙ୍କାର ବିକ୍ରୟ ବାବଦୀୟ ଲକ୍ଷେ ଟଙ୍କା ମଧ୍ୟ ଦୋକାନୀ ଠାରୁ ଠକମାନେ ନେଇଥିଲେ । ପରେପରେ ଦୋକାନୀ ଜଣକ ଅଳଙ୍କାରକୁ ପରୀକ୍ଷାନୀରିକ୍ଷା କରି ଏହା ନକଲି ବୋଲି ଜାଣିବା ପରେ ପୁଲିସକୁ ଏବିଷୟରେ ସୂଚନା ଦେଇଥିଲେ । ଥାନା ପକ୍ଷରୁ ଅଳଙ୍କାର ବିକ୍ରୟ କରିଥିବା ରହଣିଆ ଗ୍ରାମର ଜନୈକ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।