ନକାରାତ୍ମକ ଶକ୍ତିର ପ୍ରଭାବ
କୁହାଯାଏ ସବୁବେଳେ ଖରାପ ଜିନିଷ ପ୍ରତି ମଣିଷ ଅଧିକ ଆକର୍ଷିତ ହୋଇଥାଏ । କାରଣ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ । ଗୋଟେ ଭଲ ଜିନିଷ ବା ଘଟଣା ଆମକୁ ପରେ ଦେଖାଯାଏ, ହେଲେ ଖରାପ ଜିନିଷ ଆଡକୁ ଦୃଷ୍ଟି ଆଗ ଯାଇଥାଏ । ନକାରାତ୍ମକ ଶକ୍ତି ସବୁବେଳେ ମଣିଷ ପାଇଁ ଭୟଙ୍କର ହୋଇଥାଏ । ଏହା ସମସ୍ତ ଅଶାନ୍ତିର କାରଣ । ବେଳେ ବେଳେ ଦେଖାଯାଏ । ଆମେ ସବୁବେଳେ କୌଣସି ଲୋକର ଭୁଲକୁ ନେଇ ରାଗୁ ଏବଂ ଅଶାନ୍ତି ପ୍ରକାଶ କରୁ । ସବୁବେଳେ ଅନ୍ୟର ଭୁଲକୁ ନେଇ ଆଲୋଚନା କରୁ । ସମସ୍ତଙ୍କର କିଛି ଖରାପ ଗୁଣ ଥାଏ । ତେବେ ଗୋଟେ ମଣିଷର ଭଲ ଗୁଣ ଅପେକ୍ଷା ଖରାପ ଗୁଣ ଅନ୍ୟମାନଙ୍କୁ ଏତେ କାହିଁକି ପ୍ରଭାବିତ କରେ । ମନକୁ ପ୍ରଶ୍ନ ଆସିଥାଏ । ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି । ଏହା ବିଷୟରେ ବାବା ଆନନ୍ଦ ସ୍ୱାମୀ ବିଭିନ୍ନ ମତ ପ୍ରକାଶ କରିଥିଲେ ।ସ୍ୱାମୀ ଆନନ୍ଦ ସରସ୍ୱତୀଙ୍କ କହିବାନୁଯାୟୀ ସଂସାରରେ ସେମିତି କିଛି ଭଲ ଓ ଖରାପ ଜିନିଷ ନଥାଏ । ଖରାପ କିମ୍ବା ଭଲ ଏସବୁ ଆମେ ଚିନ୍ତାଧାରାକୁ ନେଇ ହୋଇଥାଏ । ମୋ ଚିନ୍ତାଧାରା ଅନୁସାରେ ମୋ ପାଖକୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆସେ । ସମୟ ଅନୁସାରେ ଚିନ୍ତାଧାରା ବଦଳିଥାଏ । କେବେହେଲେ ଖରାପ ଶକ୍ତି ଆସିବା ମଧ୍ୟ ଉଚିତ । ଯେମିତି ସାପ ବିଷ । ସାପ କାମୁଡ଼ିଲେ ବିଷ ଶରୀରକୁ ଯାଏ । ଆଉ ଜୀବନ ବଞ୍ଚାଇବା ପାଇଁ ଆମେ ସେହି ସାପ ବିଷକୁ ଖୋଜୁ । ବେଳେବେଳେ ଆମ ଚିନ୍ତାଧାରାକୁ ନେଇ ଆମେ ସଚେତନ ହେବାକୁ ପଡିବ । କାରଣ ଚିନ୍ତାଧାରା କେବେ ବି ପରିବର୍ତ୍ତନ ହୋଇପାରେ । ଆମ ଚିନ୍ତାଧାରା ଯେତେବେଳେ ଖରାପ ଶକ୍ତି ଆଡକୁ ଢ଼ଳିବାର ଜଣାପଡୁଛି ସେ ସମୟରେ ଆମକୁ ସତର୍କ ହେବାକୁ ପଡିବ । ଏପରି କଲେ ଆମ ଚିନ୍ତାଧାରା ଖରାପ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିଣତ କରିବାରେ ସହାୟକ ହୋଇଥାଏ ।


