ନଖରା ପଞ୍ଚାୟତକୁ ଚାରିଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଚୌଦ୍ୱାର,(ଦୀପକ୍ କୁମାର ବେଉରା) : କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ର ନଖରା ପଞ୍ଚାୟତକୁ ଚାରିଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ପବିତ୍ର ଉପାଧ୍ୟାୟ । ପଂଚାୟତର ନଖରା, ଅଲାରପୁର,ନିର୍ଗୁଣ୍ଡି, ସନଚାଞ୍ଚୋ ଓ ବଡ଼ ଚାଞ୍ଚୋ ଗ୍ରାମକୁ ସଟଡାଉନ କରାଯାଉଛି ।ବିଶେଷ କରି ସନଚାଞ୍ଚୋ ଓ ବଡ଼ ଚାଞ୍ଚୋ ଗ୍ରାମ ଦୁଇଟିକୁ ଆପାତକାଳୀନ ସଟଡାଉନ ଘୋଷଣା କରିଛନ୍ତି ।ଏ ସମୟରେ ଅତ୍ୟାବଶୟକୀୟ ଦୋକାନ ଗୁଡିକ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ୦୬/୦୭/୨୦୨୦ ରିଖ ସୋମବାର ଦିବା ୧ଘଟିକା ଠାରୁ ୦୯/୦୭/୨୦୨୦ ରିଖ, ଗୁରୁବାର ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ।ରବିବାର ଏହି ପଂଚାୟତର ଜଣେ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହେବା ପରେ ସତର୍କତା ସ୍ୱରୂପ ସରପଞ୍ଚ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ଆକ୍ରାନ୍ତ ଯୁବକ ଜଣକ କଟକ ଏସସିବି ମେଡିକାଲ କଲେଜରେ କାମ କରନ୍ତି । ପ୍ରତ୍ୟେହ ଘରୁ ଯିବାଆସିବା କରୁଥିଲେ । ତାଙ୍କର କୌଣସି ଲକ୍ଷଣ ଡେଖାଯାଇନଥିଲା ତେଣୁ ଅବାଧରେ ଗ୍ରାମରେ ବହୁ ଲୋକଙ୍କ ସହ ମିଳାମିଶା କରୁଥିଲେ । ଏସସିବି ରେ ସମସ୍ତଙ୍କ କରୋନା ପରୀକ୍ଷା ହେବାଦ୍ୱାରା ଏହି ଯୁବକଙ୍କର ମଧ୍ୟ ସ୍ୱାବ ଟେଷ୍ଟ କରାଯାଇଥିଲା । ଏହା ପଜେଟିଭ ଆସିବା ପରେ ତାଙ୍କୁ ତୁରନ୍ତ କୋବିଦ ହସ୍ପିଟାଲରେ ଭର୍ତି କରାଯାଇଛି । ଏହା ପରେ ସରପଞ୍ଚ ପଞ୍ଚାୟତକୁ ସାନିଟାଇଜ କରିବା ପାଇଁ ପଞ୍ଚାୟତବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ