ନଖରା ରେ ନୂତନ ଧାନ ମଣ୍ଡି ଉଦ୍ଘାଟିତ
ଚୌଦ୍ଵାର, (ଦୀପକ୍ କୁମାର ବେଉରା) : ଟାଙ୍ଗୀ-ଚୌଦ୍ଵାର ପଞ୍ଚାୟତ ସମିତି ଅଧୀନସ୍ଥ ନଖରା ଗ୍ରାମ ପଞ୍ଚାୟତ ଠାରେ ‘ନଖରା ପ୍ରାଥମିକ କୃଷି ସମବାୟ ସମିତି ଲିଃ.’ ଆନୁକୁଲ୍ୟରେ ଏକ ‘ନୂତନ ଧାନ ମଣ୍ଡି’ର ଶୁଭ ଉଦ୍ଘାଟନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ ଯୋଗଦେଇ ଧାନ ମଣ୍ଡି କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ର ସିଇଓ ଅପର୍ଣ୍ଣା ଶତପଥୀ, ପାଢ଼ୀ ପ୍ରୋକମେଣ୍ଟ କମିଟି ସଭାପତି ନୃଶିହ ଚରଣ ନାୟକ,ସମ୍ପାଦକ ଶରତ କୁମାର ସ୍ବାଇଁ, ପୂର୍ବତନ ସଭାପତି ନନ୍ଦକିଶୋର ସ୍ବାଇଁ,ବିଦ୍ୟାଧର ତ୍ରିପାଠୀ,ଦିଲ୍ଲୀପ ପାଣିଗ୍ରାହୀ,ଧନେଶ୍ଵର ଜେଠି,ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗୋଦେଇଥିଲେ।ଏହି ଧାନ ମଣ୍ଡି ଯୋଗୁଁ ନଖରା, ଶାଳଗାଁ ପଞ୍ଚାୟତ ସମେତ ଅାଗ୍ରାହାଟ ପଞ୍ଚାୟତ ର ଚାଷୀ ମାନେ ଉପକୃତ ହେବେ।


