ନଗରପାଳ ଦୈାଡରେ ବହୁ ଆଶାୟୀ : ଆଗରେ ରେଣୁବାଳା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ପୌରପାଳିକାର ନଗରପାଳ ପଦବୀ ପାଇଁ ଦୈାଡରେ ବହୁ ଆଶାୟୀଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କ ଭିତରେ ସ୍ନେହପ୍ରଭା ତ୍ରିପାଠୀ, ଜୟନ୍ତୀ ଲେଙ୍କା, ରୋସନ୍ନା ସାହୁ ଓ ପୂର୍ବତନ କାଉନସିଲର ରେଣୁବାଳା କରଙ୍କ ନାମକୁ ନେଇ ସାରା ସହରରେ ଚର୍ଚ୍ଚା ଚାଲିଛି । କିନ୍ତୁ ସର୍ବାଗ୍ରେ ରେଣୁବାଳା କରଙ୍କ ନାମ ରହିଛି । ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଓ ସର୍ବ ଗ୍ରହଣ ଯୋଗ୍ୟ ଭଳି ପ୍ରାର୍ଥୀ ଭାବରେ ରେଣୁବାଳାଙ୍କ ନାମ ସର୍ବ ମୁଖରେ ଶୁଣିବାକୁ ମିଳୁଛି । ରେଣୁବାଳା ପୂର୍ବରୁ ୨ଥର କାଉନସିଲର ଭାବେ ନିର୍ବାଚିତ ହୋଇ ପୈାରବାସୀଙ୍କୁ ସେବା ଦେଇଛନ୍ତି । ସେ କାଉନ୍‌ସିଲର ଥିବା ସମୟରେ ତାଙ୍କରି ପ୍ରଚେଷ୍ଟାରେ କେନ୍ଦ୍ରାପଡ଼ାରେ ଗୋବରୀ ବାଇପାସ ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ, ତିନିମୁହାଣୀ ନିକଟରେ ଗୋବରୀ ନଦୀ ଉପରେ ସେତୁ ନିର୍ମାଣ, ରଣପଡ଼ା ଠାରେ ସେତୁ ନିର୍ମାଣ ପର୍ଯ୍ୟନ୍ତ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଥିଲା । ତାଙ୍କ ପ୍ରଚେଷ୍ଟରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ଅନେକ ବେକାର ଯୁବକଯୁବତୀ ଅନ୍ନ ସଂସ୍ଥାନ ପାଇଥିଲେ । ପୈାରାଞ୍ଚଳବାସୀ ଆଜି ପର୍ଯ୍ୟନ୍ତ ତାଙ୍କ ସେବା ମୂଳକ ମନୋଭାବକୁ ଭୁଲିନାହାନ୍ତି । ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଭାବରେ କେନ୍ଦ୍ରାପଡା ପୈାରାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ବେଶ ପରିଚିତ ଅଛନ୍ତି । ଦଳମତ ନିର୍ବିଶେଷରେ ପୈାରାଞ୍ଚଳର ଲୋକମାନେ ତାଙ୍କୁ ମନ ଭିତରେ ଗ୍ରହଣ କରି ନେଇଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ