ନଗର କଂଗ୍ରେସ କମିଟି ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

କଟକ,(ଦୀପକ୍ କୁମାର ବେଉରା): କଟକ ମହାନଗର ନିଗମ ସମସ୍ତ ୱାର୍ଡ ରୁ ମଶା ନିରାକରଣ ଓ ରାସ୍ତା କଡରେ ଉଠା ଦୋକାନୀ ଉଛେଦ ପ୍ରକ୍ରିୟା ସ୍ଥଗିତ ରଖିବା ଦାବିରେ ଆଜି କଟକ ନଗର କଂଗ୍ରେସ କମିଟି ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କମିଶନର କୁ ଏକ ଦାବିପତ୍ର ଦିଆଯାଇଛି । ବିକ୍ଷୋଭ ରେ ସିଏମସି ର ଅପାରଗତା କୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ବାରମ୍ବାର କହିବା ପରେ ଡ୍ରେନ ସଫା ନ ହେବା,ମଶା ଧୂଆଁ ନ ଦେବା ,ଗଛ କଟା ନ ଯିବା କାରଣରୁ ମଶା ମାନଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି । ଯାହା ପାଇଁ ସହରବାସୀ ଅଣନିଶ୍ୱାସୀ ହୋଇଗଲେଣି । ଖାଲି ସେତିକି ନୁହେଁ ମହାମାରୀ କରୋନା ପାଇଁ ବହୁ ଛୋଟ ବ୍ୟବସାୟୀ ବର୍ତ୍ତମାନ ସେମାନଙ୍କ ରୋଜଗାର ହରାଇଥିବା ବେଳେ ସେମାନଙ୍କୁ ଥଇଥାନ ନ କରି ଯେଉଁଭଳି ଭାବରେ ତାଙ୍କର ଦୋକାନ ଗୁଡିକୁ ଭଙ୍ଗା ଯାଉଛି ତାହା ଠିକ ନୁହେଁ ବୋଲି କଂଗ୍ରେସ କହିଛି । ପ୍ରଥମେ ଥଇଥାନ କରିରନ୍ତୁ ତା ପରେ ଉଚ୍ଛେଦ କରାଯାଉ ବୋଲି ଦଳ ଦାବି କରିଛି।ଯଦି ଅଳ୍ପ ଦିନ ମଧ୍ୟରେ ଏହି ଦାବିକୁ ମହାନଗର ନିଗମ ନ ଶୁଣନ୍ତି ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ କଟକ ନଗର କଂଗ୍ରେସ ର ସଭାପତି ଗିରିବାଳା ବେହେରା ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ